ମୟୁରଭଞ୍ଜରେ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳୁ , ଏନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ରେଳ ପ୍ରକଳ୍ପ ଗୁଡିକୁ ମଂଜୁରୀ କରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ନବୀନ ଲେଖିଛନ୍ତି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ-ଗୋରୁ ମହିଷାଣୀ ତଥା ବୁଢାମରା ଓ ଝାଡଖଣ୍ଡର ଚକୁଳିଆ ଯାଏ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଉ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଶୁଳ୍କ ଜମି ଯୋଗାଇଦେବେ । ବୁଢାମରା-ଚକୁଳିଆ ପ୍ରକଳ୍ପ ପାଇଁ ପୂର୍ବରୁ ଅନୁମତି ମିଳିଥିଲା । ପୁଣି ଥରେ ତାଲିକାଭୁକ୍ତ କରି ପ୍ରକଳ୍ପ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ପ୍ରକଳ୍ପ ଦ୍ୱାରା ଉଭୟ ଓଡ଼ିଶା ଓ ଝାଡଖଣ୍ଡକୁ ଲାଭ ମିଳିବ । ପର‌୍ୟ୍ୟଟନ କ୍ଷେତ୍ରରେ ମଧ୍ୟ ସହାୟକ ହେବ ବୋଲି ପତ୍ରରେ ଉଲ୍ଲେଖ ରହିଛି ।