ବିଜେପୁର ଉପନିର୍ବାଚନ ପାଇଁ ହାଇଭୋଲ୍ଟେଜ୍ ପ୍ରଚାର, ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବିଜେପୁର (କେନ୍ୟୁଜ୍): ବିଜେପୁର ଉପନିର୍ବାଚନ ପାଇଁ ହାଇଭୋଲ୍ଟେଜ୍ ପ୍ରଚାର । ଉଠୁଛି ପଡୁଛି ନିର୍ବାଚନ ମଣ୍ଡଳୀ । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ। ବିଜେପୁର ଲାଉମୁଣ୍ଡାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଛନ୍ତି। ଈଔଊପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରୁଛନ୍ତି। ହାଇଟେକ୍ ବସ୍ରେ ବୁଲି ନବୀନ ଲୋକଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି।
ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରଚାର କରିବେ । ଆଜି ବରଗଡ଼ ପୂର୍ତ୍ତ ବିଭାଗ ଆଇବିରେ ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳ ସାଢେ ୯ଟାରେ ବରଗଡ଼ରୁ ହେଲିକପ୍ଟରରେ ଯାଇ ଗାଇସିଲଟ ବ୍ଲକର ତଳପାଲି ଯାତ୍ରା ପଡିଆରେ ପହଞ୍ଚିବେ । ସେଠାରୁ ରୋଡ୍ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଆସନ୍ତା ୧୯ ତାରିଖରେ ସରିବ ପ୍ରଚାର । ଏଥିପାଇଁ ହାତରେ କମ ସମୟ ଥିବାରୁ ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥିମାନେ ଲାଗି ପଡ଼ିଛନ୍ତି । ୨୧ ତାରିଖରେ ଭୋଟଗ୍ରହଣ ହେବ ।