ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକଙ୍କ ବର୍ତ୍ତା, କହିଲେ – ହକ ଲଢ଼େଇରେ ପଛକୁ ହଟିବାନି
ଭୁବନେଶ୍ଵର : ବିଜେଡିର ୨୮ତମ ଫାଉଣ୍ଡେସନ ଡେ । ୨୭ ବର୍ଷର ସେବା ଦେଇଥିବା ବିଡେଡି ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହାସହ ଶଙ୍ଖ ଭବନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ୍ସ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।
ସେ କହିଛନ୍ତି ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସାକୁ ଅତୁଟ ରଖି ବିଜୁ ଜନତା ଦଳ ଦୃଢ଼ତା ସହ ଆଗକୁ ବଢ଼ୁଛି । ପ୍ରତିଟି କର୍ମୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ବିଜୁ ଜନତା ଦଳକୁ ଶ୍ରେଷ୍ଠ ଆଞ୍ଚଳିକ ଦଳର ପରିଚୟ ଦେଇଛି । ଓଡ଼ିଶାର ହକର ଲଢ଼େଇରେ ବିଜୁ ଜନତା ଦଳ କେବେ ପଛଘୁଞ୍ଚା ଦେବ ନାହିଁ । ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଆସନ୍ତୁ ସଙ୍କଳ୍ପବଦ୍ଧ ହେବା ଏକ ହୋଇ ଓଡ଼ିଶାବାସୀଙ୍କ ସେବାରେ ଲଢ଼େଇକୁ ସମସ୍ତେ ଜୋରଦାର କରିବାକୁ ନବୀନ ଆହ୍ବାନ ଦେଇଛନ୍ତି ।
ସଙ୍କଳ୍ପ ନେଇଛୁ ଓଡ଼ିଶାବାସୀଙ୍କ ସେବାର, ସଙ୍କଳ୍ପ ନେଇଛୁ ଓଡ଼ିଶାର ହକ୍ ପାଇଁ ଲଢ଼ିବାର। ପ୍ରତିଟି କର୍ମୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତାରେ ବିଜୁ ଜନତା ଦଳ ଆହୁରି ବଳିଷ୍ଠ ହେଉଛି। ୨୮ତମ ପ୍ରତିଷ୍ଠା ଦିବସରେ ସମସ୍ତେ ସଙ୍କଳ୍ପବଦ୍ଧ ହେବା, ଓଡ଼ିଶାବାସୀଙ୍କ ସ୍ୱର ସାଜି ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳର ଗୌରବକୁ ଆହୁରି ବଢ଼ାଇବା।… pic.twitter.com/lVoFaeHETd
— Biju Janata Dal (@bjd_odisha) December 26, 2024