ତିତ୍‌ଲି ସହାୟତା ରାଶି ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିତ୍‌ଲି ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ରାଜନାଥ ସିଂ ମଧ୍ୟ ଶୀଘ୍ର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୨ହଜାର ୨୩କୋଟିର ସହାୟତା ଦେବାକୁ କେନ୍ଦ୍ର ନିକଟରେ ଦାବି କରିଥିଲେ। ୧ହଜାର କୋଟିର ମଧ୍ୟବର୍ତ୍ତୀ ସହୟତା ଦେବାକୁ ଚିଠି ଲେଖିଥିଲେ ନବୀନ। ଏ ନେଇ ଗତ ୧୩ ତାରିଖରେ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ।

You might also like