ଆଜି ଝାରସୁଗୁଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ , ୪୫୦.୦୨କୋଟି ବ୍ୟୟ ଅଟକଳରେ ୧୪ଟି ପ୍ରକଳ୍ପର କରିବେ ଶିଳାନ୍ୟାସ

ଝାରସୁଗୁଡା(କେନ୍ୟୁଜ୍) : ଆଜିଠାରୁ ଝାରସୁଗୁଡା କୁଳବିରାରେ ପାଳନ ହେବ ସହିଦ କରୁଣାକର ସିଂ ନାୟକଙ୍କ ୧୫୮ତମ ଆତ୍ମୋତ୍ସର୍ଗ ଦିବସ । ୩ଦିନ ଧରି ଚାଲିବାକୁ ଥିବା ଏହି କାର‌୍ୟ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କୁଳବିରାରେ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି ।

cm-720x430ସକାଳ ୧୧ଟା ୪୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ହେଲିକପ୍ଟରରେ କୁଲାବିରା ପି. ଏସ୍‌. କଲେଜ ପଡ଼ିଆରେ ପହଞ୍ଚିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ସରକାରୀ ଯୋଜନାର ୪୫୦.୦୨କୋଟି ବ୍ୟୟ ଅଟକଳର ୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ୧୧.୮୧କୋଟି ବ୍ୟୟ ଅଟକଳରେ ୬ଟି ପ୍ରକଳ୍ପକୁ ବି ଉଦଘାଟନ କରିବାର କର‌୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।