ପଞ୍ଚମ ଇନିଂସରେ ଆଗ୍ରେସିଭ ମୁଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁଣି ଏକ ବଡ଼ ନିଷ୍ପତ୍ତି ନେଇ ସମସ୍ତଙ୍କୁ କରିଦେଇଛନ୍ତି ହତଚକିତ

ଭୁବନେଶ୍ବର(କେନ୍ୟୁଜ୍): ୨୦୦୧ରୁ ୨୦୧୯ । ବୟସ ବଢ଼ିଛି । ଆସିଛି ରାଜନୈତିକ ପରିପକ୍ୱତା । ଆଉ ବଦଳିନି ଦୁର୍ନୀତି ବିରୋଧୀ କଡ଼ା ଆଭିମୁଖ୍ୟ । ପ୍ରଥମରୁ ଯେମିତି ଥିଲେ ଏବେବି ସେମିତି । ସଫେଦ ପୋଷାକରେ ଦୁର୍ନୀତିର ଛିଟା ଲାଗିବା ପୂର୍ବରୁ ନେଉଛନ୍ତି ଗୋଟିଏ ଗୋଟିଏ ବଡ଼ ନିଷ୍ପତ୍ତି । ରାଜନୀତିର ମଇଦାନରେ ଫ୍ରଣ୍ଟଫୁଟରେ ଖେଳୁଥିବା ନବୀନଙ୍କୁ ଦୁର୍ନୀତି କେବେବି କ୍ଲିନ ବୋଲ୍ଡ କରିପାରିନି । ୨୦୦୧ରେ ଦୁର୍ନୀତି ଅଭିଯୋଗରେ ପ୍ରଥମେ ୩ ମନ୍ତ୍ରୀଙ୍କୁ ବାହାର ରାସ୍ତା ଦେଖାଇଥିଲେ । ନଳିନୀ ମହାନ୍ତି, ପ୍ରଶାନ୍ତ ନନ୍ଦ ଓ କମଳା ଦାସଙ୍କୁ ମନ୍ତ୍ରୀ ପଦରୁ ବିଦା କରିଥିଲେ ନବୀନ । ପରେ ପରେ ଆଉ କିଛି ମନ୍ତ୍ରୀଙ୍କ ଉପରେ ଡେମୋକ୍ଲିସ ଖଣ୍ଡା ପଡ଼ିଛି । ରାଜନୀତିରେ ପ୍ରବେଶ କରୁ କରୁ ନବୀନ ଦୁର୍ନୀତି ବିରୋଧରେ ଯେଉଁ କଠୋର ପଦକ୍ଷେପ ନେଉଥିଲେ ଏବେବି ସେମିତି ।

ଏହାସହ ପଢନ୍ତୁ: ରହସ୍ୟମୟ ଓଭରଟନ୍‌ ବ୍ରିଜ୍‌, ଯେଉଁଠୁ କୁଦି ହଜାର ହଜାର କୁକୁର କରିସାରିଲେଣି ଆତ୍ମହତ୍ୟା!

ଗତକାଲି ରାତିରେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ବରିଷ୍ଠ ଆଇପିଏସ ଅଫିସର ବିକେ ଶର୍ମାଙ୍କୁ ପୋଲିସ ଡିଜି ପଦରୁ ହଟାଇ ଦେଇଛନ୍ତି । ଏଥିସହ ତାଙ୍କ ନାଁରେ ହୋଇଥିବା ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଦୁର୍ନୀତିକୁ ନେଇ ନବୀନଙ୍କ ଆଭିମୁଖ୍ୟରେ କିଛି ବି ପରିବର୍ତ୍ତନ ହୋଇନାହିଁ । କେବଳ ବିକେ ଶର୍ମା ନୁହନ୍ତି ପୂର୍ବରୁ ମଧ୍ୟ ବହୁ ଆଇପିଏସ ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି । ୧୯ ନିର୍ବାଚନ ପୂର୍ବରୁ ବିରୋଧୀମାନେ ଫ୍ୟୁଜ ଟ୍ରାନସଫର୍ମର କହି ଆକ୍ଷେପ କରିଥିବା ନବୀନ କିନ୍ତୁ ଫୁଲ ଚାର୍ଜଡ ଟ୍ରାନସଫର୍ମ ବୋଲି ପ୍ରମାଣିତ କରି ସାଢ଼େ ୪ କୋଟି ଓଡ଼ିଆଙ୍କ ହୃହୟରେ ରାଜ କରୁଛନ୍ତି ।

ଏହାସହ ପଢନ୍ତୁ: ମଙ୍ଗଳ ଗ୍ରହରେ ବି ରହିଛି ଜୀବନର ସତ୍ତା ! ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ଏହି ସବୁ ଫଟୋ

ନବୀନଙ୍କ ମାଷ୍ଟର ଷ୍ଟ୍ରୋକ ଆଗରେ ଫେଲ ମାରୁଛି ବିରୋଧୀଙ୍କ ସବୁ ରଣନୀତି । ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତିକୁ ଆପଣେଇ,5T ଲାଗୁ କରି ବହୁ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସହ କିଛି କର୍ମଚାରୀଙ୍କ ପେନସନ ମଧ୍ୟ ବନ୍ଦ କରିଦିଆଯାଇଛି । ସାଧାରଣ ଜୀବନ ଶୈଳୀ, ସ୍ୱଳ୍ପ ଭାଷୀ ନବୀନ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ଯୋଜନା କରି ନେଇ ରାଜ୍ୟବାସୀଙ୍କୁ ସୁଶାସନ ଦେବାକୁ ପ୍ରତିଶ୍ରୁତିବଦ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.