Categories: ରାଜ୍ୟ

ୱାନ୍ ନେସନ୍, ୱାନ ଇଲେକ୍ସନ ସପକ୍ଷରେ ବିଜେଡି… ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ସମର୍ଥନ ଜଣାଇଲେ ନବୀନ

ଦେଶରେ ଏକକ ନିର୍ବାଚନକୁ ସମର୍ଥନ କରୁଛି ବିଜେଡି। ଆଜି ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ପୁଣି ଏହି କଥା ଦୋହରାଇ ଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ବୈଠକରେ କିନ୍ତୁ, କଂଗ୍ରେସ ସହ ବହୁ ପ୍ରମୁଖ ବିରୋଧୀ ଦଳର ମୁଖିଆ ଯୋଗ ଦେଇ ନଥିଲେ।

ଦିଲ୍ଲୀରେ ସର୍ବଦଳୀୟ ବୈଠକ। ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ଯୋଗ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦେଶରେ ୱାନ ନେସନ ୱାନ ଇଲେକସନକୁ ବିଜେଡି ସମର୍ଥନ କରୁଥିବା କହିଥିଲେ ନବୀନ। ବାରମ୍ବାର ନିର୍ବାଚନ ଯୋଗୁଁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେଉଛି। ଯହା ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାକୁ ବାଧା ଦେଉଥିବା କହିଥିଲେ। ଅହିଂସାକୁ ସମ୍ବିଧାନର ପ୍ରିଆମ୍ବଲରେ ସାମିଲ କରିବା ଦାବିକୁ ପୁଣି ଦୋହରାଇଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ାଇବାକୁ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ଜଣାଇଥିଲେ। ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ ଟେଲି ଡେନ୍ସିଟି, ବ୍ୟାଙ୍କିଂ ନେଟ୍ୱର୍କ ଓ ରେଳ ସଂଯୋଗୀକରଣ ବଢାଇବାକୁ କେନ୍ଦ୍ର ଧ୍ୟାନଦେବା ଜାରୁରୀ ବୋଲି କହିଥିଲେ। ଜମି ଅଧିଗ୍ରହଣ ନେଇ ୨୦୧୩ର ଆଇନରେ ସଂଶୋଧନ ସହ ପ୍ରାକୃତିକ ବିପର୍ଯ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନଦଣ୍ଡରେ ସାମିଲ କରିବାକୁ ଦାବି କରିଥିଲେ ନବୀନ।

ସର୍ବଦଳୀୟ ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା ସଂସଦର କାର୍ଯ୍ୟଦକ୍ଷତା ବଢାଇବା, ୱାନ କଣ୍ଟ୍ରି ୱାନ ଇଲେକ୍ସନ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ ଭାରତ ଗଠନ, ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ ଏବଂ ଆକାଂକ୍ଷୀ ଜିଲ୍ଲାର ବିକାଶ। ଫୋକସରେ ଥିଲା ୱାନ ନେସନ ୱାନ ଇଲେକ୍ସନ।

ବୈଠକରେ ଯୋଗ ଦେଇଥିଲେ ବିଜେପି ସହଯୋଗୀ ଦଳର ନେତା। ଏହାସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି। ନ୍ୟାସନାଲ କନ୍ଫରେନ୍ସ , ପିଡିପି ଓ ସିପିଏମ୍ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ବିଜେପି ବିରୋଧୀ ପ୍ରମୁଖ ୫ ଦଳର ଅଧ୍ୟକ୍ଷ ଅନୁପସ୍ଥିତ ରହିଥିଲେ। କଂଗ୍ରେସ ବୈଠକରେ ଯୋଗ ଦେବାକୁ ମନା କରିଥିଲା। ପୂର୍ବରୁ ଆସିବେନି ବୋଲି କହିଥିଲେ ମମତା ବାନାର୍ଜୀ। ମାୟବାତୀ ମଧ୍ୟ ଆସିଲେ ନାହିଁ। ଅଖିଳେଶ ମଧ୍ୟ ଅନୁପସ୍ଥିତ ରହିବାକୁ ପସନ୍ଦ କଲେ। ଡିମକେ ମୁଖ୍ୟ ଷ୍ଟାଲିନ ମଧ୍ୟ ଆସିଲେ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ବୈଠକୁ ଆସି ନଥିଲେ ମଧ୍ୟ ଦଳର ପ୍ରତିନିଧି ପଠାଇଥିଲେ।
ତୃଣମୂଳ କଂଗ୍ରେସ ସହ ଏସ୍‌ପି, ବିଏସ୍‌ପି

KNews Bureau

Recent Posts

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

8 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

15 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

30 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

42 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

53 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

2 hours ago