ଆସନ୍ତାକାଲି ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବେ ନବୀନ, ଦେବେ ବିଜେଡି ନେତା ଓ କର୍ମୀଙ୍କୁ ବାର୍ତ୍ତା

ଭୁବନେଶ୍ୱର: କ’ଣ କହିବେ ନବୀନ? ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ? ଆସନ୍ତାକାଲି ନବମ ଥର ପାଇଁ ସଭାପତି ଦାୟିତ୍ୱ ନେବେ ନବୀନ । ଏହି ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ନଜର ।

ଗତକାଲି ନବୀନ ପଟ୍ଟନାୟକ ସଭାପତି ପଦ ପାଇଁ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ଏବେ କେବଳ ଔପଚାରିକ ଘୋଷଣା ବାକି। ବିଜେଡି ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଷ୍ଟେଟ କାଉନସିଲ ଗଠନ କରାଯାଇଛି । ୩୫୫ ଜଣ ସଦସ୍ୟ ରହିଛନ୍ତି ।

ଏଥିରେ କିଏ ସାମିଲ ହୋଇଛନ୍ତି, କିଏ ବାଦ ପଡ଼ିଛନ୍ତି ତାକୁ ନେଇ ମଧ୍ୟ ଉତ୍କଣ୍ଠା ରହିଛି । କାଲି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସି ସଭାପତି ପଦ ପାଇଁ ବିଧିବଦ୍ଧ ଭାବେ ନବୀନଙ୍କ ନାଁ ଘୋଷଣା କରାଯିବ ।  ବିଜେଡି ୧୯୯୭ରେ ପ୍ରତିଷ୍ଠା ହୋଇଥିଲା। ନବୀନ ସେବେଠାରୁ ଦଳର ମଙ୍ଗ ଧରି ଆସିଛନ୍ତି ।

ଆହୁରି ପଢନ୍ତୁ: ଆଜି ବସୁଛି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ: ଚନ୍ଦନଯାତ୍ରା ପାଇଁ ଚୂଡ଼ାନ୍ତ ହେବ ନୀତିନିର୍ଘଣ୍ଟ