Categories: ରାଜ୍ୟ

ନବୀନଙ୍କ ପଞ୍ଚମ ପାଳିର ନୂଆ ଟିମ୍‌, ପ୍ରମୁଖ ଚେହେରା ଭାବରେ ଆଗକୁ ଆସିଲେ ଅସିତ ତ୍ରିପାଠୀ

ନବୀନଙ୍କ ପଞ୍ଚମ ପାଳି ସରକାରରେ ନୂଆ ଟିମ୍‌। ନୂଆ ଲିଡର୍‌ ଅସିତ ତ୍ରିପାଠୀ, ସୁରେଶ ମହାପାତ୍ର, ଆର୍‌. ବାଲାକ୍ରିଷ୍ଣନ୍‌, ବିଜୟ କୁମାର ଶର୍ମା। ଟିମ୍‌ ନବୀନଙ୍କ ପ୍ରମୁଖ ଚେହେରା ଭାବରେ ଆଗକୁ ଆସିଛନ୍ତି ଅସିତ ତ୍ରିପାଠୀ। ମୁଖ୍ୟ ଶାସନ ସଚିବ ଭାବରେ ୧୯ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ନବୀନଙ୍କ ୧୯ ବର୍ଷ ଶାସନ ଭିତରେ ୧୨ତମ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ଅସିତ ତ୍ରିପାଠୀ। ଗୃହ ସଚିବ, ଉନ୍ନୟନ କମିଶନର, ବିକେବି ମୁଖ୍ୟ ପ୍ରଶାସକ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ତୁଲାଇଛନ୍ତି। ୧୯୯୯ ମହାବାତ୍ୟା ବେଳେ ରିଲିଫ ପରିଚାଳନା ଦାୟିତ୍ୱ ତାଙ୍କୁ ଦେଇଥିଲେ ସରକାର। ଦକ୍ଷ, ଅଭିଜ୍ଞ ଓ ଶୃଙ୍ଖଳିତ ପ୍ରଶାସକ ଭାବରେ ଅସିତ ତ୍ରିପାଠୀଙ୍କ ଟ୍ରାକ୍‌ ରେକର୍ଡ ବେଶ ଭଲ।

୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେଶ ମହାପାତ୍ର। ଉନ୍ନୟନ କମିଶନର ଭାବରେ ତାଙ୍କୁ ମିଳିଛି ନିଯୁକ୍ତି। ବର୍ତ୍ତମାନ ସେ ଅଛନ୍ତି ଜଙ୍ଗଲ ଓ ପରିବେଶ ସଚିବ। ତାପୂର୍ବରୁ ଜଳସମ୍ପଦ ଓ ଶକ୍ତି ବିଭାଗ ସଚିବ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ଥିଲେ। ତାଙ୍କ ସମୟରେ ହୋଇଥିଲା ନବକଳେବର।

ଅବସରପ୍ରାପ୍ତ ଆଇଏଏସ୍‌ ଆର୍‌. ବାଲକ୍ରିଷ୍ଣନ୍‌। ପ୍ରଶାସନିକ କ୍ଷେତ୍ରରେ ବହୁ ଅଭିଜ୍ଞତା ରହିଛି ତାଙ୍କର। ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ଓ ସ୍ପେଶାଲ୍‌ ଇନିସିଏଟିଭ୍‌ର ମୁଖ୍ୟ ଉପଦେଷ୍ଟା ହୋଇଛନ୍ତି ଆର୍‌. ବାଲକ୍ରିଷ୍ଣନ୍‌। ଚାକିରିରେ ଥିବା ବେଳେ ଅର୍ଥ ସଚିବ, ଉନ୍ନୟନ କମିଶନର ସହ ଡେପୁଟୀ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇଥିଲେ। ପର‌୍ୟ୍ୟଟନ ନିର୍ଦ୍ଦେଶକ ବି ଥିଲେ ଆର୍‌. ବାଲକ୍ରିଷ୍ଣନ୍‌।

ପୋଲିସ ପ୍ରଶାସନରେ ମଧ୍ୟ ନୂଆ ଲିଡର ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିଜୟ କୁମାର ଶର୍ମା। ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଅଗ୍ନିଶନ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ଡିଜି, କ୍ରାଇମବ୍ରାଞ୍ଚ ସ୍ପେସାଲ ଡିଜି, ଜେଲ୍‌ ଡିଜି, ପୋଲିସ କମିଶନର ସହ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ ସିବିଆଇରେ କାମ କରିଥିଲେ। ଅଭିଜ୍ଞତା ଓ ଦକ୍ଷତା ହିଁ ତାଙ୍କର ମାପକାଠି।

ନବୀନଙ୍କ ନୂଆ ଟିମ୍‌ ଏବେ ପାଖାପାଖି ତୟାର ହୋଇ ସାରିଲାଣି। ପୋଲିସ ଓ ପ୍ରଶାସନକୁ ୫-T ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

7 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

17 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

51 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

59 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago