ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଲାଞ୍ଜିଆ ସୌରା ଜନଜାତିର ପୁଅ ନବେଶ ଶବର, ଡାକ୍ତରୀ ଛାତ୍ରଙ୍କ ଭିନ୍ନ ଲକ୍ଷ୍ୟ

ରାୟଗଡା: ବାପା ମାଆଙ୍କ କଷ୍ଟ ହିଁ ନବେଶଙ୍କ ସଫଳତାର ଚାବି କାଠି । ପିଲା ବେଳୁ ବାପା ମାଆ ତାଙ୍କ ପାଇଁ ବହୁତ କଷ୍ଟ କରିଥିଲେ । ଆଉ ତାଙ୍କ ପାଇଁ ହିଁ ସେଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଡାକ୍ତରୀ ପାଠ ପଢୁଥିବା ନବେଶ ଏଭଳି କିଛି କହିଛନ୍ତି । ବିରଳ ଆଦିମ ଜନଜାତିରୁ ଆସି ଯେଉଁ ସଫଳତା ହାସଲ କରିଛନ୍ତି ତାହା ସତରେ ଅବିଶ୍ୱସନୀୟ । ଲାଞ୍ଜିଆ ସୌରା ଜନଜାତିର ପୁଅ ନବେଶ ଶବର । ପିଲା ବେଳୁ ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖିଥିଲେ । ଆଉ ଏବେ ନିଟ୍ ପରୀକ୍ଷାରେ ପାଇଛନ୍ତି ସଫଳତା । ଡାକ୍ତର ହୋଇ ରୋଗୀ ସେବା କରିବେ । ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସ ଦୂର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ନବେଶ।
ରାୟଗଡା ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । ଏହ ଜିଲ୍ଲାର ଗୁଣପୁର ବ୍ଲକ ଶଗଡା ପଞ୍ଚାୟତର କେରେବା ଗାଁରେ ରୁହନ୍ତି ଲାଞ୍ଜିଆ ସୌରା ଜନଜାତି ପରିବାରର ପୁଅ ନବେଶ ଶବର । ପିଲା ଦିନରୁ ହଷ୍ଟେଲରେ ଜୀବନ କଟିଛି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ର୍ପଯ୍ୟନ୍ତ ଘନତ୍ରୀ ପଞ୍ଚାୟତର ଆମ୍ବବାଡି ଆଶ୍ରମ ସ୍କୁଲରେ ପଢି ଥିବାବେଳେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ର୍ପଯ୍ୟନ୍ତ ଜବାହର ନବଦ୍ୱୟ ସ୍କୁଲରେ ପଢ଼ିଛନ୍ତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହବୋ ପରେ ପୁନେ ଜେଏନବିରେ ପାଠ ପଢା ଆରମ୍ଭ କରିଥିଲେ । ଏଥିସହ ନିଟ୍ ପରୀକ୍ଷା ପାଇଁ କୋଚିଂ ନେଉଥିଲେ ନବେଶ । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ର୍ସବ ଭାରତୀୟ ସ୍ତରରେ ୨୧୪୪୦୮ ରାଙ୍କ ଓ ରାଜ୍ୟ ସ୍ତରରେ ୩୮୨୪ ରାଙ୍କ ହାସଲ କରିଛନ୍ତି । ଆଦିବାସୀ କୋଟାରେ ୫୩ ରାଙ୍କ ରଖି ବୁର୍ଲା ଭୀମସାରରେ ନାମ ଲଖୋଇଛନ୍ତି ସେ । ଲାଞ୍ଜିଆ ସୌରା ଅଞ୍ଚଳର ପ୍ରଥମ ଛାତ୍ର ଭାବେ ନବେଶ ଶବର ଡାକ୍ତରୀ ପାଠ ପଢିବେ । ଏହି ସଫଳତା ପାଇଁ ଅଞ୍ଚଳରେ ସମସ୍ତେ ବେଶ ଖୁସି ।
ନବେଶଙ୍କ ବାପା ଚାଷ ଉପରେ ନିର୍ଭର କରି ଚଳୁଥିବା ବଳେେ ମାଆ ଚାଷ କାମରେ ସାହାଯ୍ୟ କରନ୍ତି । ବିରଳ ଆଦିମ ଜନଜାତି ଚାଷୀ ଘର ପୁଅ ଏବେ ଡାକ୍ତରୀ ଛାତ୍ର । ଏପଟେ ଅଞ୍ଚଳରେ ଲୋକଙ୍କ ଅନ୍ଧ ବିଶ୍ୱାସ ଦୂର କରାଇବା ସହ ରୋଗୀ ସେବା କରିବି ବୋଲି କହିଛନ୍ତି ନବେଶ ଶବର ।