ପରାକ୍ରମ ଦେଖାଉଛନ୍ତି ନୌସେନା, ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ : ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ।  ନୌସେନା ଦିବସକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ପ୍ରଥମକରି ପୁରୀରେ ପାଳିତ ହେଉଛି ନୌସେନା ଦିବସ । ରାଷ୍ଟ୍ରପତି,ଗଜପତି ଦେବ, ମୁଖ୍ୟମନ୍ତ୍ରୀ,ଦୁଇ ଉପମୁଖ୍ୟମନ୍ତ୍ରୀ , ବିଧାୟକ ,ଉପସ୍ଥିତ ଅଛନ୍ତି ।  ୩୭ଟି ଏୟାରକ୍ରାଫ୍ଟ ,ଗୋଟିଏ ବୁଡ଼ା ଜାହାଜ ଏବଂ ୧୫ଟି ଯୁଦ୍ଧ ବିମାନ ଉପସ୍ଥିତ ଅଛି ।  ପୁରୀ ବେଳାଭୂମିରେ ଯୁଦ୍ଧ ର ଭ୍ରମ ସୃଷ୍ଟି କରୁଛି ।

ଗଭୀର ସମୁଦ୍ରର  ଜଳରାଶି ଉପରେ ପରାକ୍ରମ ଦେଖାଉଛନ୍ତି ନୌବୀର ।  ଲଢୁଆ ବିମାନର ଗର୍ଜନରେ ଆମୋଦିତ ଦର୍ଶକ । ମାରିନ  କମାଣ୍ଡଙ୍କ ଚିତାକର୍ଷକ ପ୍ରଦର୍ଶନ କରୁଛନ୍ତି । ବେଳା ଭୂମିରେ ତିନି ସେନାରେ ବାହିନୀ ଦେଖାଇଲେ ମିଳିତ ସମରକଳା ।