ଦାନ୍ତେଓ୍ଵାଡ଼ାରେ ନକ୍ସଲ ହମ୍ଲା ନେଇ ଅପରେସନ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ : ପି.ସୁନ୍ଦରରାଜ

ଦାନ୍ତେଓ୍ଵାଡ଼ା(କେନ୍ଯୁଜ୍) : ନକ୍ସଲ ହମ୍ଲା ନେଇ ଅପରେସନ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ ବୋଲି ଡିଆଇଜି ନକ୍ସଲ ଅପରେସନ ପି.ସୁନ୍ଦରରାଜ ସୂଚନା ଦେଇଛନ୍ତି। ମାଓବାଦୀମାନେ ଆମ୍ବୁସ ବିଛାଇଥିଲେ। ଆମ୍ବୁସରେ ଫସିଥିଲେ ଯବାନ। ଗୁଳିବିନିମୟ ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆବଶ୍ୟକ ପଡିଲେ ଚିକିତ୍ସା ପାଇଁ ସେମାନଙ୍କୁ ରାୟପୁର ପଠାଯିବ ବୋଲି ପି.ସୁନ୍ଦରରାଜ ସୂଚନା ଦେଇଛନ୍ତି। ଅପରେସନ ଜାରି ରହିଛି। ଫେରିବା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ।