କନ୍ଧମାଳ(କେନ୍ଯୁଜ୍) : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି କନ୍ଧମାଳ ପୋଲିସ । ବାଲିଗୁଡ଼ା ଥାନା ଖମଣଖୋଲ ଗାଡ଼ିମାସ୍କା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । କମ୍ବିଂ ଅପରେସନ୍ ବେଳେ ଏସବୁ ମାଓ ସାମଗ୍ରୀ ଜବତ କରାଯାଇଛି । ଏହି ଅପରେସନ୍ରେ ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ କମ୍ବିଂ କରାଯାଇଥିଲା । ଅପରେସନ୍ ସମୟରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ତିନି ଦିନ ଧରି ଖମଣାଖୋଲ ଏରିଆରେ କନ୍ଧମାଳ ଜିଲ୍ଲା ଏସ୍ପିଙ୍କ ନେତୃତ୍ୱରେ ଜୋରଦାର କମ୍ବିଂ ଜାରି ରହିଥିଲା । ଘଟଣାସ୍ଥଳରୁ ମାଓ ବ୍ୟବହୃତ ପୋଷାକ, ରନ୍ଧନ ସାମଗ୍ରୀ, ପାଣି ଜାର୍, ଓ୍ଵାକିଟକି ପରି ଅନେକ ସାମଗ୍ରୀ ଜବତ ହୋଇଛି ।
ନକ୍ସଲ ଦମନ ପାଇଁ ଆଜି ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ହେବ ଉଚ୍ଚସ୍ତରୀୟବୈଠକ
ନକ୍ସଲ ମୁକାବିଲା ଚିନ୍ତା । ନକ୍ସଲ ଦମନ ନେଇ ଆଜି ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ବସିବ ଉଚ୍ଚସ୍ତରୀୟ ବୈଠକ । ଓଡ଼ିଶା-ଆନ୍ଧ୍ର ମଧ୍ୟରେ ନକ୍ସଲ ଦମନ ନେଇ ଆଲୋଚନା କରାଯିବ । ଏଥିପାଇଁ ଭୁବନେଶ୍ୱରରେ ଆନ୍ଧ୍ର ପୋଲିସ ଡିଜି ପହଞ୍ଚିଛନ୍ତି। ବୈଠକରେ ଆନ୍ଧ୍ର ଡିଜି ଆର୍. ପି ଠାକୁର, ଆନ୍ଧ୍ର ଗୁଇନ୍ଦା ନିର୍ଦ୍ଦେଶକ ଭେଙ୍କଟେଶ୍ୱର ରାଓ ଏବଂ ଓଡ଼ିଶା ଡିଜି ଆର୍.ପି ଶର୍ମା ଯୋଗଦେବେ । ଗୁଇନ୍ଦା ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇ ନକ୍ସଲ ମୁକାବିଲା ନେଇ ଆଲୋଚନା କରିବେ । ଆଗକୁ ନିର୍ବାଚନ ଆସୁଥିବାରୁ ରାଜନୈତିକ ବକ୍ତିଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ। ଏଥିପାଇଁ କଣ ଝଙଚ ପାଳନ କରାଯିବ ସେନେଇ ବୈଠକରେ ଆଲୋଚନା କରାଯିବ।