ଦୁର୍ଦ୍ଦାନ୍ତ ମାଓନେତାଙ୍କ ଆତ୍ମସମର୍ପଣ

ମାଲକାନଗିର : ଦୁର୍ଦ୍ଦାନ୍ତ ମାଓନେତା ହାନିରାମ ଗାବଡେ ଓରଫ୍ ବିଶାଲ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କୋଣ୍ଡଗାଓଁ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ହାନିରାମ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା କରାଯାଇଥିଲା। ସେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନ କମାଣ୍ଡର ଭାବେ କାମ କରୁଥିଲା। ଛତିଶଗଡ ସମେତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଥିଲା ହାନିରାମ। ନିର୍ୟାତନା ଅସହ୍ୟ ହେବାରୁ ମାଓ ସଙ୍ଗଠନ ଛାଡିଥିବା ହାନିରାମ କହିଛି।

Leave A Reply

Your email address will not be published.