ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ଆଇଇଡି ବିସ୍ପୋରଣ, ୩ ଦିନ ପରେ ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ଆଇଇଡି ବିସ୍ପୋରଣର ୩ ଦିନ ପରେ ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । ଅମ୍ବେଲି ନାଳ ନିକଟରୁ ଡ୍ରାଇଭରଙ୍କ ମୃତଦେହ ମିଳିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯାଇଛି ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଗତ ସୋମବାର ଦିନ ୮ ଡିଆରଜି ଯବାନଙ୍କ ସମେତ ଜଣେ ଡ୍ରାଇଭର ତୁଲେଶ୍ୱର ରାଣା ସହିଦ ହୋଇଥିଲେ।

ବିଜାପୁରରେ ଡିଆରଜି ଯବାନ କମ୍ବିଂ କରି ଫେରୁଥିବା ବେଳେ କଟରୁ ଥାନା ଅମ୍ବେଲି ଗାଁ ନିକଟରେ ବିସ୍ଫୋରଣ ହୋଇଥିଲା। ଗାଡ଼ିରେ ୨୦ରୁ ଅଧିକ ଯବାନ ଥିଲେ । ବିସ୍ଫୋରଣ ପରେ ଡିଆରଜି ଯବାନମାନେ ଯାଉଥିବା ଗାଡ଼ିର ଡ୍ରାଇଭରଙ୍କ କୌଣସି ପତ୍ତା ମିଳିପାରିନଥିଲା ।