ପେଡାଲ ନଥିବା ସ୍ବତନ୍ତ୍ର ସାଇକେଲ୍ ତିଆରି କରି ଏବେ ଚର୍ଚ୍ଚାରେ ନୟାଗଡ ପୁଅ ପ୍ରୀତମ୍, ଦୁଇ ଘଣ୍ଟା ଚାର୍ଜ କଲେ ଚାଲିବ ୩ ରୁ ୫ କିଲୋମିଟର

ନୟାଗଡ: ପ୍ରତିଦିନ ଆମ ଆଖପାଖରେ କିଛି ଅଜବ ଗଜବ ଜିନିଷ ଦେଖିବାକୁ ମିଳିଥାଏ । ଯାହାକୁ ଜଣେ ସାଧାରଣ ଲୋକ ଦେଖିବା ମାତ୍ରକେ କିଛି ସମୟ ପାଇଁ ଭାବିବାକୁ ବାଧ୍ଯ ହୋଇଥାଏ। ତେବେ ଏମିତି ଏକ ସ୍ବତନ୍ତ୍ର ଜିନିଷ ତିଅଆରି କରି ଦେଖାଇଛନ୍ତି ନୟାଗଡର ପ୍ରୀତମ ପାତ୍ର । ଶିକ୍ଷାଗତ ଯୋଗ୍ୟତା ଆଇଟିଆଇ ପାସ୍ । କିନ୍ତୁ ସେ ନିର୍ମାଣ କରିଛନ୍ତି ଏକ ସ୍ଵତନ୍ତ୍ର ସାଇକଲ । ତାହା ପୁଣି ବିନା ପେଡାଲରେ। ବୀନା ପରିଶ୍ରମ, ବୀନା ପେଡାଲରେ ସାଇକେଲ ଚାଲିବ। ବିଶେଷ କରି ଯେଉଁ ମାନେ ଭିନ୍ନକ୍ଷମ, ସେମାନଙ୍କ ପାଇଁ ଏହା ବେଶ ସହାୟକ ହେବ ।

ତେବେ ତାଙ୍କୁ ଏହି ସାଇକଲ ବନେଇବାକୁ ୬ ମାସ ସମୟ ଲାଗିଥିଲା । ଲକଡାଉନ ସମୟରେ ଘରେ ବସି ବସି ଅଯଥାରେ ସମୟ ବିତେଇବା ଅପେକ୍ଷା କିଛି ନୂଆ କରିବାକୁ ଲକ୍ଷ ବନାଇଥିଲେ ପ୍ରୀତମ । ବ୍ୟାଟେରୀ ଦ୍ଵାରା ସାଇକଲ କେମିତି ଚାଲିବ, ତାକୁ ନେଇ କରିଥିଲେ ପରୀକ୍ଷା ନିରୀକ୍ଷା । ଦିନକୁ ଦିନ ପେଟ୍ରୋଲ ଡିଜେଲ ରେଟ ବଢୁଥିବା ବେଳେ, ବର୍ତମାନ ସମୟରେ ଗାଡି ଖଣ୍ଡେ କିଣିବା କଷ୍ଟକର ହୋଇ ପଡୁଛି । ସ୍ୱଳ୍ପ ଦାମରେ କିଭଳି କମ ପରିଶ୍ରମରେ ସୁବିଧାରେ ଅଫିସ, ବଜାର, ପୋଷ୍ଟ ଅଫିସ, ବଡ ବଡ ସପିଙ୍ଗ ମଲ, ହସ୍ପିଟାଲ ଯିବା ଆସିବା କରିହେବ, ସେଇ ଚିନ୍ତାରେ ସେ ଏହି ସାଇକଲ ତିଆରି କରିଥିବା କହିଛନ୍ତି ।

cycle pedalମାତ୍ର ୭ ହଜାର ଟଙ୍କା ବିନିମୟରେ ସେ ଏହି ସାଇକଲକୁ ନିର୍ମାଣ କରିଛନ୍ତି । ତେବେ ଏତିକିରେ ସନ୍ତୁଷ୍ଟ ନୁହନ୍ତି ପ୍ରୀତମ । ଏଦିଗରେ ଆହୁରି ପରୀକ୍ଷା ନିରୀକ୍ଷାର ଆବଶ୍ୟକ ଅଛି ବୋଲି ସେ କହିଛନ୍ତି । ତେବେ ସେ ତିଆରି କରିଥିବା ସାଇକେଲ ଦୁଇ ଘଣ୍ଟା ଚାର୍ଜ କଲେ, ୩ ରୁ ୫ କିଲୋମିଟର ଯାଇପାରିବ । ଯଦି ଆଉ ଟିକିଏ ଉନ୍ନତ ଜ୍ଞାନ କୌଶଳ ସହ, ଆର୍ଥିକ ସହଯୋଗ ମିଳନ୍ତା ତାହେଲେ, କିଭଳି ଅଧିକ ବାଟ ଯାଇ ହେବ, ଏବଂ ଆହୁରି କମ ରେଟରେ ସାଇକେଲ ବନେଇ ହେବ ସେଥିପାଇଁ ଚେଷ୍ଟା କରନ୍ତେ ବୋଲି ପ୍ରୀତମ କହିଛନ୍ତି । ପ୍ରୀତମଙ୍କର ଏହି ନୂତନ ଉଦ୍ଭାବନକୁ ନେଇ ଘର ଲୋକଙ୍କ ସହିତ ସାଙ୍ଗ ସାଥିମାନେ ମଧ୍ୟ ବେସ ଖୁସି ଅଛନ୍ତି ।