ନୟାଗଡ଼ରୁ ବ୍ରାଉନସୁଗର ଜବତ ଘଟଣା, ଗିରଫ ଅଭିଯୁକ୍ତ କେ. ଭିକି ରାଓକୁ ରିମାଣ୍ଡରେ ଆଣିବ STF

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ଘଟଣାରେ ଗିରଫ ଅଭିଯୁକ୍ତ କେ. ଭିକି ରାଓକୁ ରିମାଣ୍ଡରେ ଆଣିବ STF। ଅଧିକ ତଥ୍ୟ ହାସଲ ପାଇଁ ୨ଦିନିଆ ରିମାଣ୍ଡରେ ଅଣାଯିବ। ଭୁବନେଶ୍ୱର SDJM କୋର୍ଟ ଏନେଇ ଅନୁମତି ଦେଇଛନ୍ତି। ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା STF। ୩ କୋଟିର ବ୍ରାଉନସୁଗାର, ଗୁଳି ଏବଂ ବନ୍ଧୁକ ବାବଦରେ ତଥ୍ୟ ହାସଲ କରିବ।

ଗତ ୨୫ ତାରିଖରେ କ୍ରାଇମବ୍ରାଞ୍ଚ STF ଟିମ୍‌ ନୟାଗଡ଼ PWD ଲେନ୍‌ରେ ଏକ ଭଡାଘରେ ଚଢାଉ କରି ୩ କିଲୋ ଶହେ ଗ୍ରାମ ବ୍ରାଉନ ସୁଗର ସହ ୬୦ ଲକ୍ଷରୁ ଅଧିକ ଟଙ୍କା, ୩ଟି ପିସ୍ତଲ ଏବଂ ଗୁଳି ଜବତ କରିଥିଲା । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ହୋଇଯାଇଛି। ଫେରାର ବେପାରୀର ଘର ବ୍ରହ୍ମପୁର ହୋଇଥିବା ବେଳେ, ସେ ଏଠାରେ ତିନି ମାସ ହେବ ଘର ଭଡା ନେଇ ରହୁଥିଲେ । ନିଜକୁ ବିଲଡର ବୋଲି ପରିଚୟ ଦେଇଥିବା ବେଳେ, ସେ ଏଠାରେ ଜାଗା କିଣା ବିକା ଲୋକଙ୍କୁ କହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.