ନୟାଗଡ଼ ଯଦୁପୁର ନାବାଳିକା ମୃତ୍ୟୁ ମାମଲା, ଚାଇଲଡ୍‌ କୋର୍ଟରେ ୪୮୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା SIT

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ମୃତ୍ୟୁ ମାମଲାରେ ଚାଇଲଡ୍‌ କୋର୍ଟରେ ୪୮୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା SIT। ଚାର୍ଜସିଟରେ କେବଳ ନାବାଳକକୁ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ୮୫ ଜଣଙ୍କୁ ସାକ୍ଷୀ ରଖାଯାଇଛି। ସାକ୍ଷ୍ୟ ପ୍ରମାଣ, ପ୍ରତ୍ୟକ୍ଷ ପ୍ରମାଣ ଓ ପାରିପାର୍ଶ୍ୱିକ ପ୍ରମାଣ ଆଧାାରରେ ଚାର୍ଜସିଟ ଦାଖଲ ହୋଇଛି। ଅଭିଯୁକ୍ତର ସ୍ବୀକାରୋକ୍ତି ବଳରେ ଚାର୍ଜସିଟ୍‌ ଦାଖଲ ହୋଇଛି। ରାଜ୍ୟ ସରକାର ନଭେମ୍ବର ୨୫ରେ କ୍ରାଇମବ୍ରାଞ୍ଚ ଓ ୨୮ରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଡିସେମ୍ବର ୨ ତାରିଖରେ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଜଣେ ନାବାଳକକୁ ଗିରଫ କରିଛି ଏସଆଇଟି ।

Leave A Reply

Your email address will not be published.