ଆଜି ଦେଶ ପାଇଁ ସମର୍ପିତ ହେବ ନୟାଗଡ ଓ ମହିପୁର ରେଳ ଲାଇନ

ନୟାଗଡ (କେନ୍ୟୁଜ୍) : ଆଜି ନୟାଗଡ ଓ ମହିପୁର ରେଳ ଲାଇନ ଦେଶ ପାଇଁ ସମର୍ପିତ ହେବ । ଅପରାହ୍‌ଣରେ ନୟାଗଡ଼ ଟାଉନ୍‌ ରେଳ ଷ୍ଟେସନ୍‌ରେ ନୟାଗଡ଼ ଟାଉନ୍‌ ଓ ମହିପୁର ନୂଆ ରେଳ ଲାଇନ୍‌ର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ଖୋର୍ଦ୍ଧା ରୋଡ୍‌-ନୟାଗଡ଼ ଟାଉନ୍‌ ପାସେଞ୍ଜର ଟ୍ରେନ୍‌ ଗୁଡିକର ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ । ମନ୍ତ୍ରୀ ଅରୁଣ ସାହୁ, ପୁରୀ ସାଂସଦ ପିନାକୀ ମିଶ୍ର, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବିଧାୟକ ରମେଶ ବେହେରା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ନାଲୋକୋ ଦ୍ୱାରା ପ୍ରଯୋଜିତ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । ଏହା ସହ ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ, ହିନ୍ଦୀ ସମେତ ଓଡ଼ିଆ ଭାଷା ପ୍ରଚଳନର ବି ଶୁଭାରମ୍ଭ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

Leave A Reply

Your email address will not be published.