ସୁପାରୀ କିଲରକୁ ପୁଣି ୭ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କଲା ନୟାପଲ୍ଲୀ ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ସୁପାରୀ କିଲର ସମ୍ପଦ ସାହୁ ଓ ସହଯୋଗୀ ପ୍ରଶାନ୍ତ ଦାସକୁ ପୁଣି ୭ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କଲା ନୟାପଲ୍ଲୀ ଥାନା ପୋଲିସ ।
କେଉଁଠୁ ବନ୍ଧୁକ ଆଣିଥିଲେ ଓ କାହାକୁ ମାରିବାକୁ ଯୋଜନା କରିଥିଲେ ଜାଣିବାକୁ ଅଧିକ ପଚରାଉଚରା କରିବ ପୋଲିସ । ଗତ ୨ ତାରିଖରେ ସମ୍ପଦ ସାହୁକୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ନୟାପଲ୍ଲୀ ଥାନା ପୋଲିସ । ପଚରାଉଚରା ବେଳେ ସହଯୋଗୀ ପ୍ରଶାନ୍ତ ଦାସ ସମ୍ପର୍କରେ ଜାଣିବାକୁ ପାଇଥିଲା ପୋଲିସ । ପୁରା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣିବା ପାଇଁ ଦୁହିଁକୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ ।

Leave A Reply

Your email address will not be published.