ସୁପାରି କିଲର ଠାରୁ ବାହାରିବ ସତ, ସମ୍ପଦ ସାହୁକୁ ୨ ଦିନିଆ ରିମାଣ୍ଡରେ ଆଣିଲା ନୟାପଲ୍ଲୀ ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ) ରଜଧାନୀରେ ମର୍ଡର ପୂର୍ବରୁ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁକୁ ଗିରଫ କରିବା ଘଟଣା । କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଲା ନୟାପଲ୍ଲୀ ଥାନା ପୋଲିସ ।ଆଜି ଠାରୁ ସମ୍ପଦକୁ ରିମାଣ୍ଡରେ ଆଣିଛି ପୋଲିସ । ୫ ଦିନ ରିମାଣ୍ଡ ପାଇଁ  କୋର୍ଟରେ ଆବେଦନ କରିଥିଲା କମିଶନରେଟ ପୋଲିସ ।କିନ୍ତୁ  କୋର୍ଟ ୨ ଦିନ ପାଇଁ ଅନୁମତି ଦେଇଥିଲେ ।  ଫେରାର ହୋଇଥିବା ଅଭିଯୁକ୍ତ ସମ୍ପର୍କରେ ଜାଣିବା ସହ ଅଭିଯୁକ୍ତ ସମ୍ପଦର ପୁରା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣିବା ପାଇଁ ପଚରା ଉଚୁରା କରିବ ନୟାପଲି ଥାନା ପୋଲିସ ।

ନଭେମ୍ବର ୨୮ରେ ରାଜଧାନୀରୁ ଧରାପଡିଥିଲା  ଏହି  ସୁପାରି କିଲର ସମ୍ପଦ। ତା ନିକଟରୁ ୨ଟି ବନ୍ଧୁକ ଓ ଗୁଳି ଜବତ ହୋଇଛି। ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ନେଇଥିଲା ସୁପାରୀ। ସମ୍ପଦ ନୟାପଲ୍ଲୀ ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ବାଇକ୍‌ରେ ଯାଉଥିବା ଖବର ପାଇ ତା’ ପିଛା କରିଥିଲେ ନୟାପଲ୍ଲୀ IIC ଓ ତାଙ୍କ ଟିମ୍‌ । ପୋଲିସକୁ ଦେଖି ଫାୟାରିଂ କରିଥିଲା ସୁପାରୀ କିଲର ।

ଏଥିରେ IIC ଓ ଜଣେ SI ଅଳ୍ପକେ ରକ୍ଷା ପାଇଥିଲେ । ଏହାପରେ ତୁରନ୍ତ ଅଭିଯୁକ୍ତକୁ କାବୁ କରିନେଇଥିଲେ । ବ୍ୟବସାୟିକ ଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କୁ ହତ୍ୟା ପାଇଁ ମିଳିଥିଲା ସୁପାରି। ଜଗତସିଂହପୁର ଅଞ୍ଚଳର ସୁପାରୀ କିଲର ସମ୍ପଦ ସାହୁ । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ସମ୍ପଦର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Leave A Reply

Your email address will not be published.