ଅଡ଼ୁଆରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ, IAS ମନୀଷ ଅଗ୍ରୱାଲଙ୍କ ନାଁରେ NBW

ଅଡ଼ୁଆରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ।  IAS ମନୀଷ ଅଗ୍ରୱାଲଙ୍କ ନାଁରେ NBW  ।   ତତ୍ କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ NBW ଜାରି କରିଛନ୍ତି ମାଲକାନଗିରି SDJM । ମନୀଷଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମଧ୍ୟ NBW ଜାରି ହୋଇଛି । ସେମାନେ ହେଲେ ଭଗବାନ୍ ପାଣିଗ୍ରାହୀ, ଭେଲି ସେଠୀ ବେନୁ ଏବଂ ପ୍ରକାଶ ଚନ୍ଦ୍ର ସ୍ୱାଇଁ । ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ବାରମ୍ବାର ସମନ ସତ୍ତ୍ବେ ହାଜର ମନୀଷ ହେଉନାହାଁନ୍ତି  । ସମୟ ଗଡ଼ାଇ ଚାଲିଛନ୍ତି ମନୀଷ ଓ ସହଯୋଗୀ ।

ତେଣୁ SDJM କୋର୍ଟ NBW ଜାରି କରିଛନ୍ତି । ସେହିପରି ମନୀଷ ଅଗ୍ରୱାଲ ବାହାରେ ରହିଥିବାରୁ ନିଜର ଓକିଲ ଏହି କେଶରେ ଉପସ୍ଥିତ ରହିବେ ବୋଲି ନିବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଆଗ୍ରାହ୍ୟ କରିଛନ୍ତି ।  ୨୦୧୯ ଡିସେମ୍ବର ମାସରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ ଦେହ ସତିଗୁଡା ଜଳ ଭଣ୍ଡାରରେ ମିଳିଥିଲା । ପରିବାର ଲୋକେ ତତ୍କାଳୀନ ଜିଲ୍ଲାପାଳଙ୍କ ସହ ୪ ଜଣଙ୍କ ନା ରେ ହତ୍ୟା ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।