ଏନସିସି କ୍ୟାଡେଟସ୍ ଙ୍କୁ ଦିଆଯାଉଛି ପ୍ରଶିକ୍ଷଣ, ତାସାଙ୍ଗକୁ ଚାଲିଛି ପାଠପଢା

ଯାଜପୁର(କେନ୍ୟୁଜ): ଏନସିସି କ୍ୟାଡେଟସ୍ ଙ୍କୁ ଦିଆଯାଉଛି ତାଲିମ୍ । ବ୍ୟାୟାମ, ଯୋଗ, ଡ୍ରିଲ, ଫାୟାରିଂ, ଗାର୍ଡ ଅଫ ଅନର ଉପରେ କ୍ୟାଡେଟସ ମାନଙ୍କୁ କରାଯାଉଛି ସଚେତନ। କେବଳ ସେତିକି ନୁହେଁ, ପ୍ରାକୃତିକ ବିପର୍ଯୟ ସମୟରେ କିଭଳି କୌଶଳ ଅବଲମ୍ବନ କରିବାକୁ ହେବ ସେ ନେଇ ଦିଆଯାଉଛି ପ୍ରଶିକ୍ଷଣ। ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଚାଲିଛି ଏନସିସି କ୍ୟାଡେଟସ୍ ଙ୍କ ପ୍ରଶିକ୍ଷଣ ଶିବିର ।
କଟକର ୱାନ ଓଡିଶା ବାଟାଲିଅନ ପକ୍ଷରୁ ଅନୁଷ୍ଠିତ ଏହି ମିଶ୍ରିତ ବାର୍ଷିକ ପ୍ରଶିକ୍ଷଣ ଶିବିରରେ ଯାଜପୁର ଜିଲ୍ଲା ସମେତ କଟକ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲାରୁ ପାଖାପାଖି ୬ଶହ କ୍ୟାଡେଟ ଯୋଗଦେଇ ନେଉଛନ୍ତି ପ୍ରଶିକ୍ଷଣ । ବାଟାଲିୟନ ପକ୍ଷରୁ ମକ ଡ୍ରିଲ କରାଯାଇ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ କ୍ୟାଡେଟସ୍ ଙ୍କୁ ପଢାଯାଉଛି ପାଠ।
ଗତ ୩ତାରିଖରୁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ତାରିଖ ୧୨ତାରିଖ ଯାଏ ଚାଲିବ । ଏଥିରେ ୨୦ଗୋଟି କଲେଜ ଓ ୩୭ଗୋଟି ସ୍କୁଲରୁ ପାଖାପାଖି ୬ଶହ ଏନସିସି କ୍ୟାଡେଟ ଯୋଗଦେଇଛନ୍ତି । ବିଶେଷ କରି କ୍ୟାଡେଟସ୍ ମାନଙ୍କୁ ଵିପର୍ଯ୍ୟୟ ସମୟରେ କୌଶଳ ସମ୍ପର୍କରେ ତାଲିମ ଦେଇଥିଲେ ବାଟାଲିୟନର କର୍ମଚାରୀ। ଏଥିସହ ଏହି ପ୍ରଶିକ୍ଷଣ ଶିବିରରେ କ୍ୟାଡେଟସ୍ ମାନଙ୍କୁ ଆର୍ମି ରେଜିମେଣ୍ଟର ସମସ୍ତ ପ୍ରକାର ଶୃଙ୍ଖଳା ଜ୍ଞାନ ଦିଆଯାଉଛି। ଯାହାକୁ ନେଇ ଆଗାମୀ ଦିନରେ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଦିଆଯାଉଥିବା ତାଲିମ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।
ଫାଭିଓ- ତେବେ ଏହି ତାଲିମ ଆଗାମୀ ଭବିଷ୍ୟତରେ ବେଶ ପାଇଁ ଉପଯୋଗୀ ହେବ । ଏଠାରେ ତାଲିମ ପାଇ ଏନସିସିକ୍ୟାଡେଟସ୍ ଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ ବଢିବା ସହ ରାଜ୍ୟ ତଥା ଦେଶ ପାଇଁ ସମର୍ପିତ ହୋଇ କାମ କରିବେ ବୋଲି ଆଶା କରାଯାଉଛି।