ଥମୁନି CAA ତାତି, ଗୌହାଟୀରେ ଫସିଛନ୍ତି ଓଡ଼ିଶାର ୬୫ NCC ଛାତ୍ର

ଥମୁନି CAA ତାତି। ଗୌହାଟୀରେ ଫସିଛନ୍ତି ୬୫ NCC ଛାତ୍ର। ସମସ୍ତ NCC ଛାତ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାର। ଗତ ୧୧ ତାରିଖରେ ସେମାନେ ସିଲଂର ନର୍ଥ ଇଷ୍ଟର୍ଣ୍ଣ ରିଜନ୍‌ ଟ୍ରାକିଂ କ୍ୟାମ୍ପକୁ ଯାଇଥିଲେ। । କିନ୍ତୁ ସେମାନେ ନିର୍ଦ୍ଦିଷ୍ଟ ଯାଗାରେ ପହଞ୍ଚିପାରିଲେନି । ଫଳରେ ବର୍ତ୍ତମାନ ଗୌହାଟୀର ପ୍ରି ଆରଡିସି କ୍ୟାମ୍ପରେ ଅଛନ୍ତି । ସମସ୍ତେ ସୁରକ୍ଷିତ ଥିବା କହିଛନ୍ତି ବ୍ରହ୍ମପୁର ଏନସିସି ଟିଚର ଗୋପାଳ ମିଶ୍ର । ଏହି ଏନସିସି ୟୁନିଟରେ ଖୋର୍ଦ୍ଧା,ପୁରୀ,ଭୂବନେଶ୍ୱର,ନବରଙ୍ଗପୁର,କୋରାପୁଟ,ଗଞ୍ଜାମ ଓ ଗଜପତି ଜିଲ୍ଲାର ଛାତ୍ର ଅଛନ୍ତି । ବର୍ତ୍ତମାନ ନାଗରିକତା ବିଲ୍‌କୁ ନେଇ ସବୁଆଡେ ଅସନ୍ତୋଷ ଲାଗି ରହିଥିବାରୁ ଏମାନେ ସୁରକ୍ଷିତ ଫେରିଆସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛିା ସିଲଂ କ୍ୟାମ୍ପରେ ଯୋଗଦେଇ କାଲି ଫେରିବାର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.