ଦିଲ୍ଲୀ ଅଭିମୁଖେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି କରିବେ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର(କେନ୍ୟୁଜ): ଦିଲ୍ଲୀ ଅଭିମୁଖେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । MCL ଗେଷ୍ଟ ହାଉସରୁ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ଶୁଭେଛୁ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଗତକାଲି ସେ ରାଇରଙ୍ଗପୁୁରରୁ ବାହାରି ଭୁବନେଶ୍ୱରରେ ପହଞ୍ଚିଥିଲେ । ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏମସିଏଲ ଗେଷ୍ଟ ହାଉସରେ ରହିଥିଲେ ଦ୍ରୌପଦୀ ମୁର୍ମୁ ।

ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ ଓଡ଼ିଶା ଭବନ ଯିବେ । ଓଡ଼ିଶା ଭବନରେ ସେ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତାଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି । ଦଳମତ ନିର୍ବିଶେଷରେ ଓଡ଼ିଶାର ଝିଅଙ୍କୁ ନିର୍ବାଚତ କରିବା ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ  ଦ୍ରୌପଦୀ ମୁର୍ମୁ।

Leave A Reply

Your email address will not be published.