ଆସନ୍ତା ଶୁକ୍ରବାର ଓଡିଶା ଆସିବେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ବିଜେଡି ଓ ବିଜେପି ସମେତ ବିଭିନ୍ନ ଦଳର ବିଧାୟକ ଓ ସାଂସଦଙ୍କୁ ଭେଟିବେ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା ଶୁକ୍ରବାର ଓଡିଶା ଆସିବେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଜେଡି ଓ ବିଜେପି ସମେତ ବିଭିନ୍ନ ଦଳର ବିଧାୟକ ଓ ସାଂସଦଙ୍କୁ ଭେଟିବେ । ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ପାଇଁ ଅନୁରୋଧ କରିବେ । ଏପଟେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଶୁକ୍ରବାର ଏକ ଜରୁରି ବୈଠକରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ, ସମସ୍ତ ବିଧାୟକ ୮ ତାରିଖ ଦିନ ୧୦ଟା ୩୦ ମିନିଟରେ ବିଧାନସଭାର ସମ୍ମିଳନୀ କକ୍ଷରେ ହେବାକୁ ଥିବା ବୈଠକରେ ଉପସ୍ଥିତ ରହିବା ପାଇଁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନୁରୋଧ କରିଛନ୍ତି । ଏ ସଂପର୍କରେ ସେ ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଗତକାଲି ଚିଠି ଲେଖାଯାଇଛି । ସେପଟେ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଥିଲେ ପ୍ରଣବ ପ୍ରକାଶ ଦାସ । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ନେଇ ଅପିଲ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.