ବୁଲବୁଲ କ୍ଷୟକ୍ଷତିର ମୁକାବିଲା ପାଇଁ ପୁରୀ-ଜଗତସିଂହପୁର-କେନ୍ଦ୍ରାପଡ଼ା-ଯାଜପୁର-ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୬ଟି ଏନଡିଆରଏଫ ଟିମ ମୁତୟନ

ଭୁବନେଶ୍ୱର: ବୁଲବୁଲ କ୍ଷୟକ୍ଷତିର ମୁକାବିଲା ପାଇଁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରଭାବିତ ହେବାକୁ ଥିବା ସମସ୍ତ ୧୦ଟି ଜିଲ୍ଲାରେ ୨ଟି ଲେଖାଏଁ ଓଡ୍ରାଫ ଟିମ ଆଗୁଆ ମୁତୟନ କରାଯାଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୬ଟି ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି। ସେହିପରି ବାତ୍ୟା ଆଶଙ୍କା ଥିବା ଜିଲ୍ଲା ଗୁଡ଼ିକରେ ଆସନ୍ନ ବିପଦର ମୁକାବିଲା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ସମୁଦ୍ର ତଟବର୍ତ୍ତୀ ୬ଟି ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ୨ଟି ଲେଖାଏଁ ଅତିରିକ୍ତ ଅଗ୍ନିଶମ ବାହିନୀ ଟିମ ପଠାଯାଇଛି। ଏହାଛଡ଼ା ରାଜ୍ୟସ୍ତରରେ ୬୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଉପକରଣ ଓ ଗାଡ଼ି ସହିତ ଆବଶ୍ୟକ ସ୍ଥଳେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.