ଭୁବନେଶ୍ୱର : ବିଲାସପୁର ଟ୍ରେନ ଦୁର୍ଘଟଣାରେ ଉଦ୍ଧାର ପାଇଁ ଓଡ଼ିଶାରୁ ବାହାରିଲେ ଏନଡିଆରଏଫ ଟିମ୍ । ମୁଣ୍ଡଳୀରୁ ଦୁଇଟି ଏନଡିଆରଏଫ ଟିମ୍ ବିଲାସପୁର ଅଭିମୁଖେ ବାହାରିଛନ୍ତି। ଜୟରାମନଗର ରେଳ ଷ୍ଟେସନ ଦୁର୍ଘଟଣା ସ୍ଥଳକୁ ଯିବେ। ପ୍ରତ୍ୟେକ ଟିମରେ ୩୫ ଜଣ ଯବାନ ରହିଥିବା ବେଳେ ୩ ଜଣ ଅଧିକାରୀ ଅଛନ୍ତି । ଅଧିକାରୀମାନେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବେ ।