କେନ୍ୟୁଜ୍(ବ୍ୟୁରୋ): ବନ୍ୟା ବେଳେ ଏନଡିଆରଏଫର ରେସ୍କ୍ୟୁ ଅପରେସନ । ଅକାତ ପାଣିରୁ ଜଣଙ୍କୁ ଉଦ୍ଧାର କଲା ଏନଡିଆରଏଫ କର୍ମଚାରୀ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ ଜଣେ ବ୍ୟକ୍ତି ଅକାତ ପାଣିରେ ଫସିରହିଥିଲେ । ଏ ନେଇ ଏନଡିଆରଏଫ ଖବର ପାଇବା ପରେ ଆରମ୍ଭ କରିଥିଲା ରେସ୍କ୍ୟୁ ଅପରେସନ ।
ବନ୍ୟା ପାଣିକୁ ଖାତିର ନ କରି ଏନଡିଆରଏଫର କର୍ମଚାରୀ ମାନେ ଫସିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏନଡିଆରଏଫ ଟିମଙ୍କ ଏହି ସାହାସିକତା ପାଇଁ ଚାରୁଆଡୁ ଛୁଟୁଛି ପ୍ରଶଂସାର ସୁଅ।