ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ତିନି ମାସ ହେଲାଣି ରୋଗ ଶଯ୍ୟାରେ କାଳୁପ୍ରସାଦ

ଦିନ ଥିଲା ହସ ଖୁସିରେ ସଂସାର ଚଳୁଥିଲା ବାପା,ମା’ ଓ ଦୁଇ ଝିଅକୁ ନେଇ ବେଶ୍ ଖୁସିରେ ଥିଲା ପରିବାର । ଦୁଇ ଝିଅଙ୍କୁ ବାହା କରେଇ ବାପା ମା’ ଘରେ ରହୁଥିଲେ । କିନ୍ତୁ କିଛି ମାସ ହେଲା ପରିବାର ଉପରେ ଯେମିତି କାହା ନଜର ଲାଗିଯାଇଛି । ଶଯ୍ୟାଶାୟୀ ହୋଇଯାଇଛନ୍ତି କାଳୁ ପ୍ରସାଦ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଅନକାଡେଲି ଗାଁରେ ।

କାଳୁପ୍ରସାଦ ଦାସ । ବୟସ ପାଖାପାଖି ୬୦ରୁ ଉର୍ଦ୍ଧ୍ବ ହେବ । ଧର୍ମପତ୍ନୀ କୁମାରୀ କାଳୁଙ୍କ ସେବାଯତ୍ନ କରୁଛନ୍ତି । ଟେଲର କାମ କରି ପରିବାରର ଗୁଜୁରାଣ ମେଣ୍ଟାଇବା ସହ ଦୁଇ ଝିଅଙ୍କ ବାହା କରି ଦୁଃଖେ ସୁଖେ ଚଳି ଆସୁଥିଲେ କାଳୁ । କିନ୍ତୁ ତିନିମାସ ପୂର୍ବେ ହଠାତ କାଳୁପ୍ରସାଦଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇ ଦେହ ଖରାପ ହେଲା । ପ୍ରଥମେ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରେ ଭଲ ନହେବାରୁ ସାଇ ପଡ଼ିଶାଙ୍କ ସହାୟତାରେ ବିଶାଖାପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାକୁ ଯାଇ ଚିକିତ୍ସା ହେବା ପରେ ଦୈନିକ ଔଷଧ ସେବନ କରୁଛନ୍ତି । ଘରେ ଯାହା କିଛି ଟଙ୍କା ଥିଲା ସବୁ ଚିକିତ୍ସାରେ ସାରି ଦେଲେ । ଏବେ ଆଉ ଚିକିତ୍ସା କରିବା ପାଇଁ ଅର୍ଥ ନାହିଁ । ପ୍ରତ୍ୟେକ ମାସରେ ଥରେ ବିଶାଖାପାଟଣା ଯିବା ପାଇଁ ହେବ । ଘରେ ଚଳିବା ପାଇଁ ରୋଜଗାରର ବାଟ ବନ୍ଦ ହୋଇଯାଇଛି । ଦେହ ଖରାପ ଯୋଗୁଁ ଟେଲର କାମ କରି ପାରୁନାହାନ୍ତି କାଳୁ ।

ସରକାରୀ ସୁବିଧା କହିଲେ କେବଳ ରାସନ ଚାଉଳ ମିଳୁଛି । ଆଉ କିଛି ସୁବିଧା ମିଳୁ ନାହିଁ । ବାର୍ଦ୍ଧକ୍ୟ ଭତ୍ତା ପାଇବା ଯୋଗ୍ୟ ଥିଲେ ମଧ୍ୟ ମିଳୁନାହିଁ କି ଆବାସ ଯୋଜନାରେ ଘର ମଧ୍ୟ ମିଳି ନାହିଁ । ଏନେଇ ଆମେ ଲମତାପୁଟ ବିଡିଓଙ୍କୁ ପଚାରିଥିଲୁ ସେ କହିଛନ୍ତି କି ଏ ବିଷୟରେ ସେ ଜିଲ୍ଲାପାଳଙ୍କ ସହିତ କଥା ହେବି ଯଦି ରେଡକ୍ରସ ତରଫରୁ କିଛି ବ୍ୟବସ୍ଥା ଅଛି ତ ସେ ସୁବିଧା କରେଇ ଦେବେ । ସେ ଯଦି ଆବାସ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ତ ଚେଷ୍ଟା କରାଯିବ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇବା ପାଇଁ ।

ଏପଟେ ପରିବାର ସହିତ ସାଇ ପଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି କି କାଳୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ । କିଏ ଯଦି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଇଚ୍ଛୁକ ଅଛନ୍ତି ଏହି ଠିକଣାରେ ସାହାଯ୍ୟ କରିପାରିବେ ।

ନାମ-କାଳୁପ୍ରସାଦ ଦାସ

ଗ୍ରାମ -ଅନାକାଡେଲି

ଫୋନ ନଂ -୮୨୮୦୦୩୩୩୧୭

ଆକାଉଣ୍ଟ୍ ନଂ – ୮୪୦୨୫୯୯୦୭୬୪

IFSC code no- SBIN0RRUKGB

Branch code-327

Branch name- onkadelli