ଅସହାୟ କାଞ୍ଚନଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନରସିଂହପୁର(କେନ୍ୟୁଜ୍) : ବଡଭୂମି ବିରସିଂଘପୁର ଗାଁର କାଞ୍ଚନ ସିଂହ । ଦୀର୍ଘ ମାସ ଧରି ରୋଗରେ ପଡି ଛଟପଟ ହେଉଛନ୍ତି । ରୋଗର କାରଣ କଣ ହୋଇଛି ତାଙ୍କୁ କିଛି ଜଣାପଡୁନି । କାଞ୍ଚନଙ୍କ ଚିକିତ୍ସା ପାଇଁ ମଧ୍ୟ ଘରେ ଟଙ୍କା ନାହିଁ । ୫ଟି ଝିଅ ଓ ସ୍ୱାମୀଙ୍କୁ ନେଇ କାଞ୍ଚନଙ୍କ ପରିବାର । ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମିଳୁଛି ନା ଦି ଓଳି ଖାଇବାକୁ । ଟଙ୍କା ଅଭାବରୁ ପିଲାମାନଙ୍କ ପାଠ ପଢାରେ ବି ଡୋରି ବନ୍ଧା ହୋଇଛି । କେହି ହେଲେ ଏ ପରିବାରକୁ ସାହାଯ୍ୟର ହାତ ବଢାଇନାହାନ୍ତି । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି କାଞ୍ଚନଙ୍କ ସ୍ୱାମୀ ସତ୍ୟବାଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.