ଚତୁର୍ଦ୍ଧା ବିଗ୍ରହଙ୍କ ଦାରୁ ବୃକ୍ଷ ନିମନ୍ତେ ଦେଉଳି ମଠ ପରିସରରେ ରୋପଣ ହେଲା ନିମ୍ବ ବୃକ୍ଷ

କାକଟପୁର: ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର, ମା ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣ ପାଇଁ ଆବଶ୍ୟକ ପଡିଥାଏ ଦାରୁ ବୃକ୍ଷ । ଏହି ଦାରୁ ବୃକ୍ଷ ପାଇଁ ନିମ୍ବ ବୃକ୍ଷର ଆବଶ୍ୟକ ପଡିଥାଏ। ଏଥିପାଇଁ ଦଇତାପତି ମାନେ କାକଟପୁରର ଦେଉଳିମଠ ପରିସରରେ ମା ମଙ୍ଗଳାଙ୍କୁ ସୁମରଣା କରି ଅଧିଆ ପଡିଥାନ୍ତି, ଏବଂ ପରବର୍ତୀ ସମୟରେ ମା ମଙ୍ଗଳାଙ୍କ ସ୍ଵପ୍ନାଦେଶ ମାଧ୍ୟମରେ ମିଳିଥାଏ ଦାରୁ ଠିକଣା।

ଇତିହାସ କହେ ପୂର୍ବରୁ ଯେତେ ନବକଳେବର ହୋଇଛି ସମସ୍ତ ଦାରୁ ପ୍ରାଚୀ ଉପତ୍ୟାକାରୁ ହିଁ ମିଳିଛି । କାକଟପୁର,ଅସ୍ତରଙ୍ଗ,ଅଞ୍ଚଳରୁ ନିମ୍ବବୃକ୍ଷମାନ ଦାରୁ ଭାବରେ ଯାଇ ସେହି ମହାଦାରୁରୁ ମହାବିଗ୍ରହ ମାନ ନିର୍ମାଣ ହୋଇଥାଏ । କିନ୍ତୁ ବର୍ତମାନ ସମୟରେ ନିମ୍ବ ବୃକ୍ଷର ଅଭାବ ପରିଲକ୍ଷିତ ହେଉଥିବା କାରଣରୁ ବାହାର ଜିଲ୍ଲାମାନଙ୍କରୁ ଦାରୁର ଠିକଣା ମିଳୁଛି।

deuli mathaମହାପ୍ରଭୁଙ୍କ ଦାରୁବୃକ୍ଷର ଅଭାବ ପରିଲିକ୍ଷିତ କରି ସେଣ୍ଟର ଫର ଆକ୍ସନ ନାମକ ସଂଗଠନ ନିମ୍ବବନିକା ନାମରେ ଏକ କାର୍ଯ୍ଯକ୍ରମ ହାତକୁ ନେଇଛି।  ଏହି ସଂଗଠନ ପକ୍ଷରୁ ପ୍ରାଚୀ ନଦୀ ଉପତ୍ୟକାରେ ୧୦୦୦ ନିମ୍ବ ବୃକ୍ଷ ରୋପଣ କରାଯିବାର ଲକ୍ଷ ରଖାଯାଇ ଆଜି ଦେଉଳି ମଠ ପରିସରରୁ ୧୦୦ ନିମ୍ବ ବୃକ୍ଷର ଚାରା ରୋପଣ କରାଯାଇ କାର୍ଯ୍ଯକ୍ରମର ଶୁଭାରମ୍ଭ କରାଯାଇଛି ।

ମାଦଳାପାଞ୍ଜି ଅନୁଯାୟୀ ପୁରାତନ ସମୟରେ ଯେତେ ଗୁଡିଏ ନବକଳେବର ହୋଇଛି ସମସ୍ତ ଦାରୁ ପ୍ରାଚୀ ଉପତ୍ୟାକାରୁ ହିଁ ମିଳିଛି। କିନ୍ତୁ ନିକଟ ଅତୀତରେ ହୋଇଥିବା ୧୯୯୬ ମସିହା ଓ ୨୦୧୫ ମସିହା ନବକଳେବର ସମୟରେ ପ୍ରାଚୀ ଉପତ୍ୟାକାରେ ନିମ୍ବ ବୃକ୍ଷର ଅଭାବ କାରଣରୁ ବାହାର ଜିଲ୍ଲାରୁ ମହାପ୍ରଭୁଙ୍କ ନିମ୍ବଦାରୁର ଠିକଣା ମିଳିଥିଲା। ମହାପ୍ରଭୁଙ୍କ ଦାରୁର ଅଭାବକୁ ଅନୁଭବ କରି ପୁରୀର ବରିଷ୍ଠ ଦଇତାପତି ସେବକଙ୍କ ଦ୍ଵାରା ସେଣ୍ଟର ଫର ଆକ୍ସନ ନାମକ ସଂଗଠନ ପକ୍ଷରୁ ପ୍ରାଚୀ ଅବବାହିକାରେ କାକଟପୁର ଦେଉଳିମଠ ପରିସରରେ ନିମ୍ବବନିକା ନାମରେ ନିମ୍ବବୃକ୍ଷ ରୋପଣ କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି। ସଂଗଠନ ପକ୍ଷରୁ ପ୍ରାଚୀ ନଦୀ ଉପତ୍ୟକାରେ ୧୦୦୦ ନିମ୍ବ ବୃକ୍ଷ ରୋପଣ କରାଯିବାର ଲକ୍ଷ ରଖାଯାଇଥିବାବେଳେ , ଆଜି ଦେଉଳି ମଠ ପରିସରରେ ୧୦୦ ନିମ୍ବ ବୃକ୍ଷର ଚାରା ରୋପଣ କରାଯାଇ କାର୍ଯ୍ଯକ୍ରମର ଶୁଭାରମ୍ଭ କରାଯାଇଛି ।

tree

ନିମ୍ବବୃକ୍ଷ ରୋପଣ କରାଯିବା ପୂର୍ବରୁ ମଙ୍ଗଳା ମନ୍ଦିରରୁ ମା ମଙ୍ଗଳାଙ୍କ ଅଜ୍ଞାମାଳ ଅଣାଯାଇ ମଙ୍ଗଳାମନ୍ଦିର ସମୁଖରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ଦେଉଳିମଠକୁ ଅଣାଯାଇଥିଲା | ଦେଉଳିମଠରେ ବିଭିନ୍ନ ମଠ ଓ ମନ୍ଦିରର ମହନ୍ତ ଓ ସାଧୁସନ୍ଥ ମାନଙ୍କ ଦ୍ଵାରା ଏକ ଜଗନ୍ନାଥ ଚେତନା ସମ୍ବନ୍ଧୀୟ ଦାରୁମହିମା ଉପରେ ଏକ ଆଲୋଚନା ଚକ୍ର କରଯାଇଥିଲା |

neemଏହି ନିମ୍ବ ବନିକା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପୁରୀର ବିଭିନ୍ନ ମଠ ମହନ୍ତଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ,ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ଯାଧର ମହାପାତ୍ରଙ୍କ ସହ ଜଟଣୀ ବିଧାୟକ ସୁର ରାଉତରାୟ ଯୋଗଦାନ କରିଥିଲେ। ସାରା ଭାରତରେ ଏହି ଭଳି ଆଧ୍ୟାତ୍ମିକ ବୃକ୍ଷ ରୋପଣ କାର୍ଯ୍ଯକ୍ରମ କେଉଁଠାରେ କରାଯାଇନଥିବାବେଳେ, ସେଣ୍ଟର ଫର ଆକ୍ସନ ପକ୍ଷରୁ ଏହିଭଳି କାର୍ଯ୍ଯକ୍ରମ ଆୟୋଜନ କରାଯାଉଥିବାରୁ ବହୁ ସାଧୁସନ୍ଥ,ବୁଦ୍ଧିଜୀବୀ ,ରାଜନେତା ,ମାନେ ଏହାକୁ ପ୍ରସଂଶା କରିଛନ୍ତି । ଏହି ମହାନିମ୍ବ ବୃକ୍ଷର ରକ୍ଷଣ ବେକ୍ଷଣ ଦାୟିତ୍ବ ରାଜ୍ୟ ସରକାର ବହନ କରିବାକୁ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.