NEET ପିଜି କାଉନସେଲିଂରେ ବିଳମ୍ବ ନେଇ ଆନ୍ଦୋଳନ, ଡାକ୍ତରଙ୍କ ପ୍ରତିବାଦ ଯୋଗୁ SCBରେ ଅଚଳାବସ୍ଥା

କଟକ(କେନ୍ଯୁଜ୍): SCBରେ ପିଜି ଡାକ୍ତରଙ୍କ ଆନ୍ଦୋଳନ ନେଇ ଅଚଳାବସ୍ଥା । SCB ପିଜି ଡାକ୍ତରମାନେ ୭ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ । ଫଳରେ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି ।

ପିଜି ନାମଲେଖା ପ୍ରସଙ୍ଗକୁ ନେଇ SCBର ୪୩୨ ପିଜି ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଓଡ଼ିଶା ରେସିଡେଣ୍ଟ ଡାକ୍ତର ଆସୋସିଏସନ । ୪୮ ଘଣ୍ଟା ଭିତରେ ଏହାର ସମାଧାନ ନ ହେଲେ ଧାରଣାରେ ଯୋଗ ଦେବ ଓଡ଼ିଶା ରେସିଡେଣ୍ଟ ଡାକ୍ତର ଆସୋସିଏସନ ।

ସେପଟେ NEET ପିଜି କାଉନସେଲିଂରେ ବିଳମ୍ବ ନେଇ MKCGର ଜୁନିଅର ଡାକ୍ତର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ଆଜି ମଧ୍ୟ ଆନ୍ଦୋଳନ ଜାରି ରହିଛି ବୋଲି ସଂଘର ସଭାପତି ଜଣାଇଛନ୍ତି । ଦିଲ୍ଲୀରେ ଡାକ୍ତରଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.