ସମ୍ବଲପୁର : ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମେଡିକାଲ କଲେଜରେ ନାଁ ଲେଖା ସରିବା ପରେ ବଦଳିଲା ରାଙ୍କ । ଏବେ ମେଡିକାଲ କଲେଜରୁ ବାହାର କରିହେବା ପରେ ନ୍ୟାୟ ଅପେକ୍ଷାରେ ମେଡିକାଲ ଛାତ୍ର । ବୁର୍ଲା ଭୀମସାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବରଗଡ ଜିଲ୍ଲା ବିଜେପୁର ରଙ୍ଗମାଟିଆର ମୁକେଶ ସାହୁ ନିଟ୍ ରେ ସର୍ବଭାରତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇ ଭୀମସାରର ଆଡମିସନ ନେଇଥିଲେ ।
ତେବେ ଗୋଟିଏ କ୍ଲାସ କଲା ପରେ ତାଙ୍କ ରାଙ୍କ ବଦଳିଯାଇଥିଲା । ରାଙ୍କ ହିସାବରେ ତାଙ୍କୁ ଅଯୋଗ୍ୟ ଦର୍ଶାଯାଇ କ୍ଲାସ କରିବାକୁ ସୁଯୋଗ ଦିଆଯାଇନଥିଲା । ନିଟରେ ଉତ୍ତୀର୍ଣ୍ଣ ହେବା ପରେ ଓଜେଇଇ କାଉସେଲିଂ ନେଇ ଅଗଷ୍ଟ ୨୪ତାରିଖରେ ଆଡମିଶନ ପାଇଁ ପତ୍ର ମିଳିଥିଲା । କିନ୍ତୁ ଏବେ ପର୍ଯ୍ଯାପ୍ତ ରାଂକ ନାହିଁ ଓ ପାଠପଢା ହୋଇ ପାରିବ ନାହିଁ ବୋଲି ଜଣାଇ ଭୀମସାର ବାହାର କରିଦେଇଛି । ଭୀମସାର ମେଡିକାଲ କଲେଜ ଡିନ କହିଛନ୍ତି ଏସଂପର୍କରେ ସେ କିଛି ଜାଣିନାହାନ୍ତି । ଓଜେଇ ପଠାଇଥିବା ଲିଷ୍ଟ ଆଧାରରେ ଛାତ୍ରମାନଙ୍କର ଆଡମିସନ ହୋଇଛି ।