ଏମବିବିଏସ୍ ଓ ବିଡିଏସ ନାମ ଲେଖା ଲାଗି ପ୍ରକାଶ ପାଇଲା ନିଟ୍ ରେଜଲ୍ଟ : ଓଡ଼ିଶା ଟପ୍ପର ହେଲେ ଆଶୁତୋଷ ପଣ୍ଡା

ନିଟରେ ଏଥର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରାଜସ୍ଥାନର ନଳିନୀ ଖଣ୍ଡେଲଓ୍ଵାଲ୍। ମାଟ୍ ୭୨୦ ନମ୍ବରରୁ ୭୦୧ ନମ୍ବର ରଖିଛନ୍ତି । ଦିଲ୍ଲୀର ଭାବିକ ବଂଶଲ ଓ ଉତ୍ତରପ୍ରଦେଶର ଅକ୍ଷତ କୌଶିକ ଉଭୟ ୭୦୦ ଲେଖାଏଁ ନମ୍ବର ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ସର୍ବଭାରତୀୟ ର‍୍ୟାଙ୍କର ୭୩ ନମ୍ବରରେ ଓଡ଼ିଶାର ଆଶୁତୋଷ ପଣ୍ଡା ରାଜ୍ୟର ଟପ୍ପର ହୋଇଛନ୍ତି । ଝିଅଙ୍କ ଭିତରେ ୧୭ ତମ ସ୍ଥାନରେ ଅଛନ୍ତି ସଙ୍ଗୀତା ଅଗ୍ରଓ୍ଵାଲ । ନାମଲେଖା ପାଇଁ ଜୁନ୍ ୧୩ରୁ କାଉନସେଲିଂ ହେବ ।

neet exam

ପ୍ରକାଶ ପାଇଛି ନିଟ୍ ରେଜଲ୍ଟ । ଏଥର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରାଜସ୍ଥାନର ନଳିନୀ ଖଣ୍ଡେଲଓ୍ଵାଲ୍ । ମୋଟ୍ ୭୨୦ ନମ୍ବରରୁ ୭୦୧ ନମ୍ବର ରଖିଛନ୍ତି। ସେହିପରି ଦିଲ୍ଲୀର ଭାବିକ ବଂଶଲ ଓ ଉତ୍ତରପ୍ରଦେଶର ଅକ୍ଷତ କୌଶିକ ଉଭୟ ୭୦୦ ଲେଖାଏଁ ନମ୍ବର ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ସାରା ଦେଶର ସଫଳତା ହାର ରହିଛି ୫୬ ଦଶମିକ ୫୦ ପ୍ରତିଶତ । ଓଡ଼ିଶାର ସଫଳତା ହାର ରହିଛି ୫୯ ଦଶମିକ ୪୪ ପ୍ରତିଶତ । ରାଜ୍ୟର ୩୨ ହଜାର ୩୭୮ ଜଣ ନିଟ୍ ଦେଇଥିବା ବେଳେ ୧୯ ହଜାର ୨୪୪ ଜଣ କୃତକାର‌୍ୟ୍ୟ ହୋଇଛନ୍ତି । ସର୍ବଭାରତୀୟ ର‍୍ୟାଙ୍କର ୭୩ ସ୍ଥାନରେ ରହିଛନ୍ତି ଓଡ଼ିଶାର ଆଶୁତୋଷ ପଣ୍ଡା। ମୋଟ ୭୨୦ ନମ୍ବରରୁ ୬୮୨ ନମ୍ବର ରଖିଛନ୍ତି । www.ntaneet.nic.inରେ ପରୀକ୍ଷାଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀ ଏହି େଓ୍ଵବସାଇଟରେ ଲଗ୍ ଅନ୍ କରି ନିଜ ରେଜଲ୍ଟ ମିଳିଛି ।

neet 1

ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଅଛନ୍ତି ୨୦ ଜଣ ଝିଅ। ତେଲେଙ୍ଗାନାର ମାଧୁରୀ ରେଡ୍ଡୀ ଜୀ ଝିଅଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ର‍୍ୟାଙ୍କ ରହିଛି ସାତ ନମ୍ବର। ସେପଟେ ଝିଅଙ୍କ ଭିତରେ ୧୭ ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ସଙ୍ଗୀତା ଅଗ୍ରଓ୍ଵାଲ । ସର୍ବଭାରତୀୟ ର‍୍ୟାଙ୍କର ୯୧ ତମ ସ୍ଥାନରେ ରହିଛନ୍ତି । ମୋଟ ୭୨୦ ନମ୍ବରରୁ ରଖିଛନ୍ତି ୬୮୦ ନମ୍ବର ।
ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବ ଭାରତୀୟ ସ୍ତରରେ ଏକକ ମେଡିକାଲ୍ ପ୍ରବେଶିକା ବା ନିଟ୍ ହୋଇଥିଲା। ଚଳିତବର୍ଷ ଦେଶରେ ୧୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ଦେଇଥିଲେ । ନାମଲେଖା ପାଇଁ ଜୁନ୍ ୧୩ରୁ କାଉନସେଲିଂ ହେବ ।