କନ୍ଧମାଳର ଝିଅ ନିଟ୍‌ ସଫଳତା ପାଇଁ ଏମକେସିଜିରେ ନାମ ଲେଖାଇଲେ

କନ୍ଧମାଳ : ଉପାନ୍ତ ଗାଁର ଝିଅ । ଆଖିରେ ଅସୁମାରୀ ସ୍ୱପ୍ନ । ବଡ଼ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି ସୁନା ଝିଅ । ନିଜ ସ୍ୱପ୍ନ ପୂରଣ ସହ ବାପାଙ୍କ ମୁଣ୍ଡରୁ ବୋଝକୁ ଟିକିଏ ହାଲୁକା କରିବେ । ଚଳିତ ନିଟ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସିଜି ରେ ନାମ ଲେଖାଇଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବାଡାବାଙ୍ଗା ଅନ୍ତର୍ଗତ ଗର୍ଜେଡ଼ି ଭଳି ଏକ ଉପାନ୍ତ ଗ୍ରାମର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଛାତ୍ରୀ ଲିଂସା ପ୍ରଧାନ ଏବେ ଡାକ୍ତରୀ ଛାତ୍ରୀ ।

ବାପା ଏଲିଆସ ପ୍ରଧାନ ପେସା ରେ ଜଣେ ଗଣ ଶିକ୍ଷକ ମା ରୀନା ପ୍ରଧାନ ଘରେ ରୁହନ୍ତି । ତାଙ୍କର ଦୁଇ ପୁଅ ଦୁଇ ଝିଅ କୁ ମିଶାଇ ଘରେ ଛଅ କୁଟୁମ୍ବ । ଏପଟେ ସ୍ୱଳ୍ପ ଦରମା ସାଙ୍ଗକୁ ଝିଅ ପୁଅ ଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ମୁଣ୍ଡରେ ବୋଝ । ଶିକ୍ଷକତା ବାଦେ ବିଲ ବାଡ଼ି ଚାଷ କରି ପୁଅ ଝିଅଙ୍କ ସ୍ବପ୍ନକୁ ପୁରଣ କରିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛନ୍ତି ବାପା ।

ଲିଂସା ସେଣ୍ଟ ଜାଭିଏର ସ୍କୁଲ କରୁମୁଣ୍ଡା ଠାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ନିଜ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ବେଳେ ପରେ ସେ ଉଚ୍ଚ ଶିକ୍ଷା ପାଇଁ ଡ଼ିଭାଇନ ହାୟର ସେକେଣ୍ଡାରୀ ସ୍କୁଲ ନୟାଗଡ଼ରେ ଦ୍ୱାଦଶ ପାସ କରିଥିଲେ । ପରେ ସ୍ନାତକ ପାଇଁ ଭୁବନେଶ୍ବରର କିସ ଅନୁଷ୍ଠାନ ରେ ନାମ ଲେଖାଇଥିଲେ । ମନରେ ସ୍ୱପ୍ନ ଡାକ୍ତରୀ ପଢିବେ, ନିଟ ପରୀକ୍ଷା ଦେେବ । ଏଣୁ ୟୁଟୁବରୁ ପାଠ ପଢ଼ିଥିଲେ ଶେଷରେ କିସ ଲାଇବ୍ରେରୀରୁ ବହି ସଂଗ୍ରହ କରି ନିଜ ପରିଶ୍ରମରେ ନିଟ ପରୀକ୍ଷାରେ ସଫଳତା ପାଇଛନ୍ତି । ସେ ଓଡ଼ିଆ ମିଡିଅମ ପାଠ ପଢି କିସ ଅନୁଷ୍ଠାନର ସହାୟତାରେ ଆଜି ବଡ଼ ସଫଳତା ପାଇଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ।

ଦୁର୍ଗମ ଅଞ୍ଚଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲିଂସାଙ୍କର ମୂଳ ଉଦ୍ଦେଶ୍ୟ ।ସେ ଭଲ ଡାକ୍ତର ହେବା ପାଇଁ ଅଧିକା ପରିଶ୍ରମ କରି ଡାକ୍ତର ପାଠ ପଢିବେ ବୋଲି ଲିଂସା କହିଛନ୍ତି । ଏଥିପାଇଁ ସେ କିସ ଅନୁଷ୍ଠାନ ଓ କିସ ଓ କୀଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି । ପାଠ ପଢ଼ା ପାଇଁ ଅନେକ ଟଙ୍କା ଦରକାର ଥିବା ବେଳେ ବାପାଙ୍କ ସ୍ୱଳ୍ପ ଦରମା ରେ ପାଠ ପଢ଼ି ଭଲ ଡାକ୍ତର ହୋଇପାରିବେ କି ନାହିଁ ତାହା ବର୍ତ୍ତମାନ ପ୍ରଶ୍ନ ବାଚି ….

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।