କେନ୍ୟୁଜ୍(ବ୍ୟୁରୋ): ବାଲିପାଟଣା ଥାନା ଅନ୍ତର୍ଗତ ଆଳଇ ଗ୍ରାମରେ ଘର ପାଖା ପାଖି ପଡୋଶୀଙ୍କ ଝଗଡ଼ା ଏକ ଜଘନ୍ୟ ହତ୍ୟାକାଣ୍ଡର ରୂପ ନେଇଛି । ଏହି ଘଟଣା ପୁରା ବାଲିପାଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପୋଲିସ ଓ ପରିବାର ଲୋକଙ୍କ କହିବା ଅନୁସାରେ ଗଣେଶ ସାହୁ ନାମକ ବ୍ୟକ୍ତିଙ୍କ ସ୍ତ୍ରୀ କିଛି ଦିନ ତଳେ ସେହି ଗାଁ ମହିଳା ଗ୍ରୁପରୁ ୧୮ ହଜାର ଟଙ୍କା ଧାର ଆଣିଥିଲେ।ସେହି ଗ୍ରୁପ ଟଙ୍କାକୁ ଆଗ ଘର ପଡୋଶୀ ରଶିମଣି ସାହୁ ନାମକ ମହିଳା ମାଗିଥିଲେ। ତେବେ ଗଣେଶ ସାହୁ କହିଥିଲେ ମହିଳା ଗ୍ରୁପର ଟଙ୍କା ମୋ ସ୍ତ୍ରୀ ଆଣିଛି ତାକୁ ଟିକେ ମାଗ।
ରଶିମଣିଙ୍କ ପୁଅ ଦୀପକ ଘରେ ଥାଇ ଏହି ସବୁ କଥାକୁ ଶୁଣି ଥିଲା । ଏହା ପରେ ସେ ଘରୁ ବାହାରି ଗଣେଶ ସାହୁଙ୍କ ସହିତ ଝଗଡ଼ା କରି ତାଙ୍କୁ ରାସ୍ତାରେ ପିଚୁ ଢଲେଇ ଉପରେ କଚାଡି କଚାଡି ମାରିଥିଲା। ଗଣେଶଙ୍କୁ ମୂମୂର୍ଷ ଅବସ୍ଥାରେ ପ୍ରଥମେ ଏମ୍ସ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ବଞ୍ଚାଇ ପାରିଲେନି ଗଣେଶଙ୍କ ଜୀବନ ।ଏହି ଘଟଣାକୁ ସମ୍ପର୍କରେ ପୋଲିସକୁ ଏତଲା ଦେବା ପରେ ବାଲିପାଟଣା ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗଣେଶ ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ଏବେ ପରିବାର ଏବେ ଅସହାୟ ହୋଇପଡ଼ିଛି।