ସୁନ୍ଦରଗଡ଼: ଚାରି ବର୍ଷର ଶିଶୁକନ୍ୟାକୁ ହତ୍ୟା କଲେ ପଡୋଶୀ, ବଳି ଦେଇଥିବା ସନ୍ଦେହରେ ଉତ୍ତ୍ୟକ୍ତ ଗ୍ରାମବାସୀ ଦେଲେ ପ୍ରବଳ ମାଡ଼

ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡିହି ଥାନା କୁଲଟା ପଞ୍ଚାୟତ ଘୁମୁଡା ଗାଁରେ ଅଭାବନୟ ଘଟଣା । ଜଣେ ୪ ବର୍ଷ ଶିଶୁ କନ୍ୟାକୁ ତାର ପଡୋଶୀ ଗୁଣି ଗାରେଡି ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପଡୋଶୀ ମହିଳାଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି ।

ଗୁଣିଗାରେଡି ପାଇଁ ୪ବର୍ଷୀୟା ଶିଶୁବଳିକୁ ନେଇ ଉତ୍ତେଜନା। ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ତଦନ୍ତ କରୁଛି। ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡିହି ଥାନା କୁଲଟା ପଞ୍ଚାୟତ ଘୁମୁଡା ଗାଁର ଜଣେ ମହିଳାଙ୍କ ଘର ଭିତରେ ଥିବା ଏକ ବନ୍ଦ ବାକ୍ସରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା। ଅଭିଯୋଗ ଅନୁଯାୟୀ ଘୁମଡା ଗାଁର ଇନ୍ଦ୍ରମଣିଙ୍କ ୪ ବର୍ଷିୟ ଝିଅ ସକାଳେ ଅଙ୍ଗନବାଡି ଯାଇ ଘରକୁ ଫେରିବା ପରେ ନିଖୋଜ ହୋଇଯାଇଥିଲେ । ପରେ ପରିବାର ବର୍ଗ ବହୁ ଖୋଜାଖୋଜି ପରେ ଶିଶୁ କନ୍ୟା ନମିଳିବା ପରେ ପଡୋଶୀ ସଂଧ୍ୟା ନାଗଙ୍କ ଉପରେ ସନ୍ଦେହ ହୋଇଥିଲା । ଗ୍ରାମବାସୀମାନେ ସଂଧ୍ୟାଙ୍କ ଘରେ ପଶି ଖୋଜାଖୋଜି କରିବା ପରେ ଶିଶୁ କନ୍ୟାର ମୃତଦେହ ଏକ ବାକ୍ସ ଭିତରୁ ମିଳିଥିଲା । ଶିଶୁକନ୍ୟାର ବେକରେ କଟାଦାଗ ରହିବା ସିନ୍ଦୁର ଲାଗିଥିବାରୁ ଗୁଣିଗାରେଡି ସନ୍ଦେହ କରାଯାଉଛି । ସମ୍ପୃକ୍ତ ମହିଳାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ସଂଧ୍ୟା ନାଗ ଓ ତାଙ୍କର ଜଣେ ସହଯୋଗୀ ମହିଳାଙ୍କୁ ପୋଲିସ ଗିରଫ କରିଛି । ଉତ୍ତେଜନା ଲାଗିରହିଥିବାରୁ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.