ପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ, କଟାମୁଣ୍ଡ ଧରି ଫାଣ୍ଡିରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

କେନ୍ଦୁଝର : ଦାଦାର କଟାମୁଣ୍ଡ ଧରି ଫାଣ୍ଡିରେ ପୁତୁରାର ଆତ୍ମସମର୍ପଣ । କେନ୍ଦୁଝର ଜିଲ୍ଲା ସଦର ଥାନା ତଳକଇଁସାରି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ପୁତୁରାର ଟାଙ୍ଗିଆ ଚୋଟରେ କକା ମୃତ । ଜମି ବାଡ଼ି ବିବାଦ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ଧରି କଳହ ଲାଗିରହିଥିଲା । ଆଜି ସକାଳେ ପୁଣି ଜମିବାଡ଼ି ବିବାଦ ନେଇ କକା ଓ ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କକାକୁ ଅଭିଯୁକ୍ତ ପୁତୁରା କବି ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାପରେ କଟା ମୁଣ୍ଡ ନେଇ ଶୁଆକାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।…

 

ଆହୁରି ପଢ଼ନ୍ତୁ : ଜମିବାଡ଼ି କିଣାବିକା ବିବାଦରୁ ଗଡ଼ିଲା ମୁଣ୍ଡ : ରାଜଧାନୀରେ ବିଲଡରଙ୍କୁ ପିଟିପିଟି ହତ୍ୟା ଅଭିଯୋଗ