ଦାଦାର ରକ୍ତରେ ହୋଲି ଖେଳିଲା ପୁତୁରା, ବାପା ଅପମାନର ପ୍ରତିଶୋଧ ନେଲା

ମୟୂରଭଞ୍ଜ : ହୋଲିଲେ ଦାଦାର ରକ୍ତରେ ହୋଲି ଖେଳିଲା ପୁତୁରା। ବର୍ଷେ ପରେ ବାପାଙ୍କୁ ହୋଇଥିବା ଅପମାନର ପ୍ରତିଶୋଧ ନେଲା । ସମ୍ପର୍କୀୟ ପୁତୁରାର ଛୁରା ମାଡରେ ଦାଦା ମୃତ। ବାରିପଦା ଭଞ୍ଜପୁର ଥାନା ଫରେଷ୍ଟ କଲୋନୀର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ମୃତକ ହେଲେ ସ୍ନେହାଶିଷ ପଣ୍ଡା ଓରଫ୍ ଟିକୁଲୁ । ଅଭିଯୁକ୍ତ ହିମାଂଶୁ ମହାକୁଡକୁ ଗିରଫ କରିଛି ପୋଲିସ। ଗିରଫ ପରେ ସମସ୍ତ ଘଟଣା ବଖାଣିଛି ଅଭିଯୁକ୍ତ।

ଦିନ ପ୍ରାୟ ୧୦ଟା ବେଳେ ସ୍ନେହାଶିଷ ଦାଣ୍ଡ ଘରେ ବସି ଖାଉଥିଲେ। ସେହି ସମୟରେ ହିମାଂଶୁ ଘର ଭିତରକୁ ଆସି ଦାଦାଙ୍କୁ ମୋବାଇଲ ନମ୍ୱର ମାଗିଥିଲେ। ମୋବାଇଲ ନମ୍ୱର ଖୋଜିବା ବେଳେ ଛୁରିରେ ଅତର୍କୀତ ଆକ୍ରମଣ କରିଥିଲା ଅଭିଯୁକ୍ତ ପୁତୁରା। ଏହା ପରେ ସ୍ନେହାଶିଷ ଟଳିପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଏ ଓ କହିଁକି ମାରିଲା ତାହା ଘର ଲୋକେ ମଧ୍ୟ ଜାଣି ପରିନ ଥିଲେ। ପୋଲିସ ସିସିଟିଭି ଦେଖିବା ପରେ ଅଭିଯୁକ୍ତକୁ ଚିହ୍ନଟ କରିଥିଲା।