କିଟ୍‌ ଓ କିସ୍‌ ପକ୍ଷରୁ ପାଳିତ ହେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ, ମାଲ୍ୟାର୍ପଣ କଲେ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ ଓ କିସ୍‌ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଆଜି ସକାଳେ କିସ୍‌ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ କିଟ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଦେଶର ମୁକ୍ତି ସଂଗ୍ରାମରେ ନେତାଜୀ କିଭଳି ଜଣେ ଆଗଧାଡିର ସଂଗ୍ରାମୀ ଭାବେ ସ୍ୱାଧୀନତା ସଂଗ୍ରାମକୁ ଆଗେଇ ନେଇଥିଲେ ସେ ବିଷୟରେ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ସେହିପରି ସ୍ୱାଧୀନତା ସଂଗ୍ରାମରେ ସମ୍ବଲପୁର ମାଟିର ସୁଯୋଗ୍ୟ ଦାୟାଦ ସୁରେନ୍ଦ୍ର ସାଏଙ୍କ ଭୂମିକା ସମ୍ପର୍କରେ ଶ୍ରୀ ସାମନ୍ତ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିସ୍‌ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଡ ପ୍ରଶାନ୍ତ କୁମାର ରାଉତରାୟ, ଉପକାର୍ଯ୍ୟର୍ନିବାହୀ ଅଧିକାରୀ ପ୍ରମୋଦ ପାତ୍ର, ଉନ୍ନୟନ ଅଧିକାରୀ ବସନ୍ତ ବେହେରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.