କିସ୍‌ ହକି ଟିମ୍‌କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦାନ କଲା ନେଦରଲାଣ୍ଡସ୍‌ ହକି ଟିମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ବିଶ୍ୱର ଅନ୍ୟତମ ଅଗ୍ରଣୀ ହକି ଖେଳୁଥିବା ଦେଶ ହେଉଛି ନେଦରଲାଣ୍ଡସ୍‌ । ଏଠାକୁ ବିଶ୍ୱ କପ୍‌ରେ ଭାଗ ନେବାକୁ ଆସିଥିବା ନେଦରଲାଣ୍ଡସ ବା ହଲାଣ୍ଡ ଦଳ ଆଜି କିସ୍‌ ବିଶ୍ୱବିଦ୍ୟାଳୟ ପରିସର ବୁଲି ଦେଖିବା ସହ ୨୭ ହଜାର ଆଦିବାସୀ ଛାତ୍ର ଛାତ୍ରୀଙ୍କ ସହ ମିଶିଛନ୍ତି । ସେମାନଙ୍କ ସହିତ କଥାବାର୍ତ୍ତା କରି ଖୁସି ବାଣ୍ଟିଛନ୍ତି । କିସ୍‌ କ୍ୟାମ୍ପସରେ ବେଶ୍‌ କିଛି ସମୟ କଟାଇ, ପିଲାଙ୍କ ସହ ମିଶି ଆନନ୍ଦରେ ଆତ୍ମହରା ହୋଇ ପଡ଼ିଥିଲେ ଖେଳାଳିମାନେ । ସେହିପରି ଅନ୍ତର୍ଜାତୀୟ ସ୍ତରର ଷ୍ଟାର ହକି ଖେଳାଳିମାନଙ୍କୁ ପାଖରେ ପାଇ ପିଲାମାନଙ୍କର ଖୁସିରେ ସୀମା ରହି ନଥିଲା ।

HOLLAND TEAM-3ପିଲାମାନଙ୍କ ସହ ମିଶିବା ପରେ ନେଦରଲାଣ୍ଡସ୍‌ର ଖେଳାଳିମାନେ କିସ୍‌ ହକି ଷ୍ଟାଡିୟମରେ କିସ୍‌ ହକି ଟିମ୍‌ ସହ କିଛି ସମୟ ଅଭ୍ୟାସ କରିଥିଲେ । ସେମାନଙ୍କୁ ଖେଳ ସମ୍ପର୍କରେ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ଟିପ୍ସ । ଖେଳାଳିମାନେ ପଡ଼ିଆରେ ପ୍ରବେଶ କଲା ବେଳେ ଉଭୟ ପଟୁ କିସ୍‌ ଖେଳାଳିମାନେ ହକି ଷ୍ଟିକ୍‌ ଉଠାଇ ସେମାନଙ୍କୁ ସ୍ୱାଗତ କରିଥିଲେ ।
କିସ୍‌ର ଉଭୟ ମହିଳା ଓ ପୁରୁଷ ହକି ଟିମ୍‌ ଖେଳାଳି ଉପସ୍ଥିତ ଥିଲେ । ସେମାନଙ୍କ ପ୍ରତିଭାରେ ପ୍ରଭାବିତ ହୋଇ କିସ୍‌ ହକି ଟିମ୍‌କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦାନ କରିଥିଲେ । ଏହା ସହିତ କିସ୍‌ ଭଳି ଏକ ବିଶାଳ ଏବଂ ମହାନ୍‌ ଅନୁଷ୍ଠାନ ଗଢ଼ିଥିବାରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଖେଳାଳିମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.