କାକଟପୁରରେ ମା’ ମଙ୍ଗଳାଙ୍କ ନେତ୍ର ଉତ୍ସବ, ମନ୍ଦିର ଚୂଳରେ ବନ୍ଧାଗଲା ବାନା
ଚୈତ୍ରମାସର ପ୍ରଥମ ମଙ୍ଗଳବାରରେ କାକଟପୁରର ପ୍ରସିଦ୍ଧ ମା' ମଙ୍ଗଳାଙ୍କ ନେତ୍ର ଉତ୍ସବ । ମା' ମଙ୍ଗଳାଙ୍କୁ ଉଦ୍ଧାର କରାଯାଇଥିବା ଦିନଟିକୁ ମା'ଙ୍କ ଜନ୍ମ ମହୋତ୍ସବ ଭାବେ ପାଳନ କରାଯାଇଥାଏ । ବର୍ଷକୁ ଥରେ ଏହି ଦିନରେ ମନ୍ଦିର ଚୂଳରେ ବନ୍ଧଯାଏ ବାନା ଅପର୍ଣ୍ଣା ।
କାକଟପୁର(କେନ୍ୟୁଜ୍) : ଚୈତ୍ରମାସର ପ୍ରଥମ ମଙ୍ଗଳବାରରେ କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ନେତ୍ର ଉତ୍ସବ । ମା’ ମଙ୍ଗଳାଙ୍କୁ ଉଦ୍ଧାର କରାଯାଇଥିବା ଦିନଟିକୁ ମା’ଙ୍କ ଜନ୍ମ ମହୋତ୍ସବ ଭାବେ ପାଳନ କରାଯାଇଥାଏ । ବର୍ଷକୁ ଥରେ ଏହି ଦିନରେ ମନ୍ଦିର ଚୂଳରେ ବନ୍ଧଯାଏ ବାନା ଅପର୍ଣ୍ଣା ।
ଯାଦବଙ୍କ ଲଉଡି ଖେଳ ସହ ମନ୍ଦିରଚୂଡ଼ାରେ ନେତ ବନ୍ଧା ମା’ ମଙ୍ଗଳାଙ୍କ ରହିଛି ସ୍ୱତନ୍ତ୍ର ପରମ୍ପରା । ବିଭିନ୍ନ ବାଦ୍ୟ ସାଙ୍ଗକୁ ଘଣ୍ଟ ଘଣ୍ଟା କାହାଳି ଆଦି ମଙ୍ଗଳ ବାଦ୍ୟରେ ନେତକୁ ମନ୍ଦିର ବେଢ଼ାକୁ ତିନି ଥର ପରିକ୍ରମା କରାଯାଇ ଶେଷରେ ମନ୍ଦିର ଚୂଡ଼ାକୁ ନିଆଯାଇଥାଏ । ଏହି ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।.