ସାମ୍ନାକୁ ଆସିଲା ମଡେଲ ସୌମ୍ୟ ଓ ପ୍ରେମିକା ସୋନାଲି ନନ୍ଦଙ୍କ ନୂଆ ଅଡିଓ

ଭୁବନେଶ୍ବର(କେନ୍ୟୁଜ୍): ସାମ୍ନାକୁ ଆସିଲା ମଡେଲ ସୌମ୍ୟ ଓ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ନୂଆ ଅଡିଓ । ଏଥିରେ ସୌମ୍ୟ-ସୋନାଲିଙ୍କ ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି । ସୌମ୍ୟ କହୁଛନ୍ତି ଯେ ସେ ଗାଡ଼ି ଆଗକୁ ଆସିଯିବେ ଓ ଆତ୍ମହତ୍ୟା କରିବେ । ସୋନାଲି ତାଙ୍କୁ ଟାହି ଟାପରା କରୁଛନ୍ତି ।

ଅଢ଼େଇ ମାସ ପରେ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୋନାଲି ଓ ତାଙ୍କ ମାଆଙ୍କ ବିରୋଧରେ ଭୁବନେଶ୍ୱର ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି ।

ଭଆତ୍ମହତ୍ୟା ପାଇଁ ପ୍ରବର୍ତ୍ତେଇବା ନେଇ ଆଇପିସିର ଧାରା-୩୦୬ ଓ ସମାନ ଉଦ୍ଦେଶ୍ୟ ରଖି ଏକାଧିକ ବ୍ୟକ୍ତିଙ୍କ ଅପରାଧିକ କାର୍ଯ୍ୟ ନେଇ ଧାରା-୩୪ରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ । ଗତ ଜାନୁଆରୀ ୩୦ରେ ସୌମ୍ୟରଂଜନ ଆତ୍ମହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.