ନର୍ଦମା ଜଳ ପ୍ରବାହିତ ହେଉଥିବା ପେଟାନାଳର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ନୂଆ ଅତିଥି, ଆପଣ ଥରେ ନିଶ୍ଚୟ ଦେଖନ୍ତୁ

ଏ ଆଖି ଝଲସାଇ ଦେଲା ପରି ଦୃଶ୍ୟ ଚିଲିକା ନଳଵଣର ନୁହେଁ କି ଅଂଶୁପା ହ୍ରଦର ନୁହେଁ କିମ୍ବା ସାତ କୋଶିଆ, ଚନ୍ଦକା, ଦେବ୍ରିଗଡ଼ କି ଭିତରକନିକା କି ଶିମିଳିପାଳ ଅଭୟାରଣ୍ୟର ନୁହେଁ। ଏ ହେଉଛି ଧୀରେ ଧୀରେ କଂକ୍ରିଟ ଜଙ୍ଗଲ ପାଲଟିବାରେ ଲାଗିଥିବା କଟକ ସିଡିଏ ଅଞ୍ଚଳର ନର୍ଦମା ଜଳ ପ୍ରବାହିତ ହେଉଥିବା ପେଟାନାଳ ଅଞ୍ଚଳର ଦୃଶ୍ୟ। ରଙ୍ଗବେରଙ୍ଗ ବିଭିନ୍ନ ପ୍ରଜାତିର ଚଢେଇ ମାନଙ୍କର କଳରବରେ ମୁଖରିତ ଏବେ ଏହି ଅଞ୍ଚଳ। ଏହି ଅଞ୍ଚଳର ସୌନ୍ଦର୍ଯ୍ୟକୁ କେଜାଣି କେତେ ଗୁଣ ବଢ଼ାଇ ଦେଇଛି ଏହି ନୂଆ ଅତିଥି ମାନଙ୍କ ଉପସ୍ଥିତି।

ତେବେ ଏହା ଭିତରୁ କିଛି ପକ୍ଷୀ ବିଦେଶାଗତ ହୋଇଥିବା ବେଳେ, କିଛି ଅଛନ୍ତି ଦେଶୀ ପକ୍ଷୀ। ମାର୍ଚ୍ଚ ମାସ ପରେ ପରେ ଲକ ଡାଉନ, ସର୍ଟ ଡାଉନ ଯୋଗୁଁ ସୃଷ୍ଟି ହୋଇଥିବା ଶାନ୍ତ ବାତାବରଣ ଏହି ପକ୍ଷୀ ମାନଙ୍କୁ ଟାଣି ଆଣିଥିବା ପରିବେଶବିତ ମତ ରଖିଛନ୍ତି। ସହର ନିକଟସ୍ଥ ମୁଣ୍ଡଳୀ, ନରାଜ ଆଦି ଅଂଚଳରୁ ବିଭିନ୍ନ ପ୍ରଜାତିର ବଗ, ରିଭର ଟର୍ଣ୍ଣ, ପାଣ୍ଡା ଆଦି ସୁନ୍ଦର ସୁନ୍ଦର ଦେଶୀ, ବିଦେଶୀ ପକ୍ଷୀଙ୍କର ନୂଆ ଠିକଣା ପାଲଟିଛି ଏହି ପେଟାନାଳ।

ଅଂଶୁପା ହ୍ରଦ ଆଡ଼କୁ ଯାତ୍ରା କରିବା ସମୟରେ କିଛି ପକ୍ଷୀ ଏହି ଠାରେ ଅଟକି ଯାଇଥିବା ଅନେକ ମତ ଦେଉଛନ୍ତି। ଏହି ସ୍ଥାନକୁ ଆହୁରି ଅଧିକ ସଂଖ୍ୟକ ପକ୍ଷୀଙ୍କୁ ଆକର୍ଷଣ କରାଯାଇ ପାରେ ବୋଲି ମତ ରଖିଛନ୍ତି ପରିବେଶବିତ।

Leave A Reply

Your email address will not be published.