ପ୍ରଥମ ଦିନରେ କାମ ଆରମ୍ଭ କଲେ ନୂଆ ବିଏମସି କମିଶନର, ଆଉ ୫ ଓ୍ଵାର୍କ୍ସ ଷ୍ଟେସନ ଖୋଲିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ପ୍ରଥମ ଦିନରେ କାମ ଆରମ୍ଭ କଲେ ନୂଆ ବିଏମସି କମିଶନର । ୨୪ ଘଣ୍ଟିଆ କୋଭିଡ କଲ୍‌ ସେଣ୍ଟର ୧୯୨୯ରେ ପହଂଚି କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରତିଦିନ କେତେ କଲ୍‌ ଆସୁଛି, କେତେ କଲ୍‌ ଯାଉଛି ଓ ଡାକ୍ତରଙ୍କ ସହ ପରାମର୍ଶ କଲ୍‌ ବିଷୟରେ ପଚାରି ବୁଝିଥିଲେ । ମୋଟ ୨୫ଟି ଓ୍ଵାର୍କ୍ସ ଷ୍ଟେସନ କାର୍ଯ୍ୟ କରୁଥିବାରୁ ଆଉ ୫ଟି ଓ୍ଵାର୍କ୍ସ ଷ୍ଟେସନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୂଆ କମିଶନର ସଞ୍ଜୟ କୁମାର ସିଂହ । ଏହାସହ କଲ୍‌ ସେଣ୍ଟରରେ କାର୍ଯ୍ୟରତ ଡାକ୍ତର ଓ କାର୍ଯ୍ୟ ନିର୍ବାହୀମାନଙ୍କ ବିଶ୍ରାମ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିଠୁ ମହିଳା ଓ ପୁରୁଷ କର୍ମଚାରୀଙ୍କ ପାଇଁ ଦୁଇଟି କୋଠରୀ କାର୍ଯ୍ୟକ୍ଷମ ହେବ । କୋଭିଡ ହସ୍ପିଟାଲରେ ଖୋଲିବାକୁ ଥିବା ହେଲପ୍‌ ଡେସ୍କ ଉପରେ ବି ଗୁରୁତ୍ୱ ଦେଇଛନ୍ତି । ନୂଆ ବ୍ୟବସ୍ଥା ଅନୁଯାୟୀ ସମ୍‌ କୋଭିଡ ହସ୍ପିଟାଲରେ ୬ଜଣ ହେଲପ୍‌ ଡେସ୍କ କାର୍ଯ୍ୟ ନିର୍ବାହୀ ନିଯୋଜିତ ହେବେ। କିମସ୍‌ରେ ୫ଜଣ, ହାଇଟେକ୍‌ରେ ୩ଜଣ, ଆଦିତ୍ୟ ଅଶ୍ୱିନୀ ଓ ବ୍ଲୁ ହୁଇଲରେ ଜଣେ ଲେଖାଏ ରହିବେ। ଏମାନେ ଗୁରୁତର ରୋଗୀଙ୍କ ସ୍ଥିତି କିପରି ଅଛି ସେମାନଙ୍କ ପରିବାରକୁ ଅବଗତ କରାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.