କଳାହାଣ୍ଡି ଶିଉନ ଗାଁ ନିକଟ ଏକ ପାଳଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କଳାହାଣ୍ଡି : ରାସ୍ତାକଡରୁ ନବଜାତ ଉଦ୍ଧାର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଉନ ଗାଁ ନିକଟ ଏକ ପାଳଗଦାରୁ ଶିଶୁପୁତ୍ର ଉଦ୍ଧାର ହୋଇଛି । ସକାଳେ ଶିଶୁଟିକୁ କିଛି ମହିଳା ଦେଖିଥିଲେ ।
ପରେ ଅଙ୍ଗନଓ୍ଵାଡି କର୍ମୀ ଓ ଆଶାକର୍ମୀ ପହଂଚି ଶିଶୁକୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।