ପୁଣି ଅଲୋଡା ଶିଶୁକନ୍ୟା : ପୋଖରୀ ହୁଡାରୁ ଉଦ୍ଧାର ହେଲା ନବଜାତ

ନୂଆପଡ଼ା :ପୁଣି ଥରେ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ପୋଖରୀ ହୁଡାରୁ ଉଦ୍ଧାର ହେଲା ନବଜାତ। ନୂଆପଡ଼ା ଦଲଦଲି ଗାଁ ନିକଟରେ ଥିବା ପୋଖରୀ ହୁଡ଼ାରୁ ଆଜି ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଦଲଦଲି ଗାଁର ପ୍ରତାପ ସାହୁ ନାମକ ଜଣେ ଯୁବକ ପୋଖରୀ ଶୌଚ ହେବାକୁ ଯାଇଥିବାବେଳେ ନବଜାତ ପଡିଥିବା ଦେଖିବାକୁ ପାଇଥିଲେ। ପୋଲିସ ଓ ଆଶାକର୍ମୀ ନବଜାତକୁ ଉଦ୍ଧାରକରି ମେଡିକାଲରେ ଭର୍ତ୍ତି କରିଛନ୍ତି। ତାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ତେବେ କିଏ ଓ କାହିଁକି ଛୁଆଟିକୁ ଏପରି ଦୟନୀୟ ଅବସ୍ଥାରେ ଛାଡି ଚାଲିଗଲା ସେନେଇ ଜଣାପଡିନାହିଁ।