କଟକ : ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଶିଶୁଭବନରେ ଭର୍ତ୍ତି

କଟକ : ପୁଣି ଅଲୋଡ଼ା ହେଲା ନାବାଳିକା ଶିଶୁ କନ୍ୟା। କଟକ ସୁତାହାଟ ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର। ସ୍ଥାନୀୟ ଲୋକେ ଶିଶୁକନ୍ୟାର କାନ୍ଦ ଶବ୍ଦ ଶୁଣି ତାକୁ ଉଦ୍ଧାର କରି କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟାଟି ଜୀବିତ ସହ ପ୍ରିମ୍ୟାଚ୍ୟୁଅର ବୋଲି ଜଣାପଡ଼ିଛି। ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ତାର ଚିକିତ୍ସା ଜାରି ରହିଥିବା ଶିଶୁଭବନ ଅଧୀକ୍ଷକ ସରୋଜ ଶତପଥୀ ସୂଚନା ଦେଇଛନ୍ତି।