ଗଞ୍ଜାମ କାଦପଡ଼ା ଗାଁ ନିକଟରେ ଉଦ୍ଧାର ହେଲା ଶିଶୁକନ୍ୟା

ଗଞ୍ଜାମ: ଅଲୋଡ଼ା ହେଲା ଶିଶୁକନ୍ୟା। କଅଁଳ ଶିଶୁକନ୍ୟାକୁ ରାସ୍ତାରେ ଫୋପାଡ଼ି ଚାଲିଗଲା ମା’। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା କାଦପଡ଼ା ଗାଁ ନିକଟରେ ଉଦ୍ଧାର ହେଲା ଶିଶୁକନ୍ୟା। ଭୋର ସମୟରେ ପଡ଼ିଥିବା ଶିଶୁ କନ୍ୟାର କାନ୍ଦ ଶୁଣି ସ୍ଥାନୀୟ କିଛି ମହିଳା ଶିଶୁକୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କାହିଁକି ଏହି ଶିଶୁ କନ୍ୟାକୁ ରାସ୍ତା କଡ଼ରେ ଫୋପାଡ଼ି ଚାଲିଗଲା ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.